ଘଟଗାଁ ବ୍ଲକ ଏଲିମେଂଟାରୀ ସଂଘ ତରଫରୁ ଗୁରୁପୂଜନ ଉତ୍ସବ ପାଳନ
କେନ୍ଦୁଝର, 5 ସେପ୍ଟେମ୍ବର (ହି.ସ.) ଘଟଗାଁ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ତରଫରୁ ଗୁରୁ ପୂଜନ ଉତ୍ସବ ଵ ରାହାଟିପୁରା ନୀଳକଣ୍ଠେଶ୍ଵର ହାଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷକ ମାନେ ସମାଜ ଓ ରାଷ୍ଟ୍ରର
ଘଟଗାଁ ବ୍ଲକ ଏଲିମେଂଟାରୀ ସଂଘ ତରଫରୁ ଗୁରୁପୂଜନ ଉତ୍ସବ ପାଳନ


କେନ୍ଦୁଝର, 5 ସେପ୍ଟେମ୍ବର (ହି.ସ.)

ଘଟଗାଁ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ତରଫରୁ ଗୁରୁ ପୂଜନ ଉତ୍ସବ ଵ ରାହାଟିପୁରା ନୀଳକଣ୍ଠେଶ୍ଵର ହାଇ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷକ ମାନେ ସମାଜ ଓ ରାଷ୍ଟ୍ରର ମାର୍ଗ ଦର୍ଶକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ମଞ୍ଚରେ ଅନ୍ୟ ମାନଙ୍କ ମଧ୍ୟରେ ଘଟଗାଁ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ମୁଖ୍ୟ ବକ୍ତା, ସାଂସଦ ପ୍ରତିନିଧି ଅଖିଳ ପାତ୍ର,ଘଟଗାଁ ବ୍ଲକ ଚେୟାରମେନ ଗୀତାଞ୍ଜଳି ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଚ୍ଚିତାନନ୍ଦ ସାହୁ,ନୀଳକଣ୍ଠେଶ୍ଵର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସଂଘ ସଭାପତି ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାକୁ ଛାତ୍ରୀ ଭାଗ୍ୟଶ୍ରୀ ଦେ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରୋହିତ କୁମାର ବେହେରା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।ଶିକ୍ଷକ ସୁବର୍ଣ୍ଣ କୁମାର ପଲେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ,ସମ୍ପାଦକ ନବକୃଷ୍ଣ ରାଉତ ଉଦେଶ୍ୟ ଜ୍ଞାପନ କରିଥିଲେ।ନୀଳକଣ୍ଠେଶ୍ୱର ହାଇସ୍କୁଲ, ନୀଳକଣ୍ଠେଶ୍ଵର ୟୁପି ସ୍କୁଲ, ଘଟଗାଁ ଏମ ଇ ସ୍କୁଲ ଛାତ୍ର ଛାତ୍ରୀ ସଂସସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସୁଷମା ବାରିକ, ସକୁନ୍ତଳା ମହାନ୍ତ, ଶିକ୍ଷକ ବସନ୍ତ ପଣ୍ଡା, ଭାଗିରଥି ମହାନ୍ତ,ବାନେଶ୍ୱର ବେହେରା,ବିଦ୍ୟାଧର ମହାନ୍ତ ଓ ସନ୍ତୋଷ ପତିଙ୍କୁ ମାନ ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସି ଆର ସି ସି, ଶିକ୍ଷକ ଦଶରଥ ସାହୁ,ବିଦ୍ୟଧାର ମହାନ୍ତ, ରମେଶ ଓଝା, ସଦାଶିବ ବେହେରା, ପ୍ରଶାନ୍ତ ବେହେରା, ଯଯାତି ବେଜ, ସପନ କୁମାର ମହାନ୍ତ, ଶିକ୍ଷୟତ୍ରୀ ସ୍ମୃତିରେଖା ପଣ୍ଡା, ହରପ୍ରିୟା ବେହେରା ,ସିମନସ୍ମିତା ପୃଷ୍ଟି ଓ ସରିତା ପହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶେଷରେ ଶିକ୍ଷକ ଅଶୋକ ବେଜ ଧନ୍ୟବାଦ ଅର୍ପଣ କରିଥିଲେ।ନୀଳକଣ୍ଠେଶ୍ଵର ଉଚ୍ଚବିଦ୍ୟାଳୟ ତରଫରୁ ସହଯୋଗ କରାଯାଇଥିଲା

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande