ଫୁଲବାଣୀରେ ମେଡିକାଲ୍ କଲେଜ ପ୍ରତିଷ୍ଠାରେ ଅବଦାନ ପାଇଁ ବିଭିନ୍ନ ସଂଗଠନ ଓ ବ୍ଯକ୍ତି ବିଶେଷ ସମ୍ବର୍ଦ୍ଧିତ
Faliciatation to the Association for demanding medical College in Phulbani
ଫୋଟ


ଫୋଟ


କନ୍ଧମାଳ, ୫ ସେପ୍ଟେମ୍ବର (ହି.ସ.)- ଫୁଲବାଣୀରେ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲା ସ୍ତରୀୟ ଯେଉଁ ସଙ୍ଗଠନ ତଥା ବ୍ଯକ୍ତି ବିଶେଷ ଦିର୍ଘ ଦିନ ଧରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଓ ଆନ୍ଦୋଳନ କରି ସରକାରଙ୍କ ଏହି ଦିଗରେ ଦୃଷ୍ଟି ଆକର୍ଷଣ ପାଇଁ ଉଦ୍ୟମ କରିଥିଲେ, ସେହି ସଙ୍ଗଠନ ଗୁଡିକର କର୍ମକର୍ତ୍ତାଙ୍କୁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫୁଲବାଣୀ ସର୍କିଟ ହାଉସ ଠାରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହି, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଜିଲ୍ଲା ସିଟିଜନ ଫୋରମ୍ ସମ୍ପାଦକ , ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ୍ ସଭାପତି, ପିପୁଲ୍ସ୍ ଫୋରମ୍ ର ଅଧକ୍ଷ ସୁନୀଲ ପଟ୍ଟନାୟକଙ୍କୁ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି, ବିଧାୟକ ଉମା ଚରଣ ମଲିକ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ମେଡିକାଲ୍ କଲେଜ ପ୍ରତିଷ୍ଠା ଦିଗରେ ନିରନ୍ତର ଉଦ୍ୟମ ପାଇଁ ସାମ୍ବାଦିକ ତଥା ପିପୂଳସ ଫୋରମ୍ ପ୍ରତିଷ୍ଠାତା ସଭାପତି ରାଧାମୋହନ ମହାପାତ୍ର , ବରିଷ୍ଠ ନାଗରିକ ସଂଘ ସଭାପତି ପଦ୍ମ ଚରଣ ସ୍ବାଇଁ, ନବୀନ କିଶୋର ପଣ୍ଡା, ସମ୍ପlଦକ୍ ପ୍ରଣବ କୁମାର ମଣ୍ଡଳ, ବଂଶୀ ଧର ପଣ୍ଡା, ମେଡ଼ିକାଲ୍ କଲେଜ କ୍ରିୟନୁଷ୍ଠାନ କମିଟି ସଦସ୍ୟ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ କନ୍ଧମାଳ ର ବିକାଶ ଦିଗରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ସେହିପରି ଚଳିତ ବର୍ଷ ନାମଲେଖା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଯାହାକି ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଓ ବିଧାୟକ ଉମା ଚରଣ ମଲିକଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା। ଦୁହେଁ ମିଶି ମୁଖ୍ୟ ମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଙ୍କୁ ଭେଟି ଆଲୋଚନl କରି ଶହେ ସିଟ୍ ଲାଗି ନାମ ଲେଖା ପାଇଁ ଅନୁମତି ଆଣି ଥିଲେ l ଏଣୁ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସାଂସଦ ଓ ବିଧାୟକଙ୍କୁ ବିଜେପି ଓ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ୍ ପଟ୍ଟନାୟକ, ରମେଶ ମହାନ୍ତି, ଟୁକୁ ଦଳ ବେହେରା, ସାଂସଦ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ପୁର୍ବତନ ପୌରlଧକ୍ଷା ସ୍ମିତା ମହାନ୍ତି, ଚନ୍ଦ୍ର ପଣ୍ଡା, ସମେତ ବହୁ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଓ ମହିଳା ବିଜେପି, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande