ଭୁବନ, ୫ ସେପ୍ଟେମ୍ବର (ହି.ସ.) - ଭୁବନରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ରଗଡ଼ି ନାଳ ପର୍ଯ୍ୟନ୍ତ ଯାଇ ସେଠାରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣାଯାଇଥିଲା । ଅରା ସାହି ସଭାପତି ହୃଦାନନ୍ଦ ବେହେରାଙ୍କ ସମେତ ସାହି ମୂରବୀ ରାମକୃଷ୍ଣ ପୋଥାଳ, ଗଙ୍ଗାଧର ବେହେରା, ଦୀନବନ୍ଧୁ ପୃଷ୍ଟି, ସତ୍ୟାନନ୍ଦ ପୃଷ୍ଟି, ବନମାଳୀ ଦାସ, ମନ ମୋହନ ସାହୁ,ଗୟାଧର ପୃଷ୍ଟି,ଶିଖର ବେହେରାଙ୍କ ସହ ବହୁ ସଂଖ୍ୟକ ସାହି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମହାଲକ୍ଷ୍ମୀ ବଣିକ ସଂଘ ନୁଅବଜାର ତରଫରୁ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ନେତୃତ୍ୱରେ ବ୍ୟବସାୟୀ ଭାଇ ମାନେ ମଧ୍ୟ ଶୋଭାଯାତ୍ରାରେ ଯାଇ ପବିତ୍ର ମାଟି ଆଣିଥିଲେ । ଅନୁରୂପ ଭାବେ ଭୁବନ ର ଅନ୍ୟାନ୍ୟ ପୂଜା ପ୍ରତିଷ୍ଠାନ ତରଫରୁ ମଧ୍ୟ ଲକ୍ଷ୍ମୀପୂଜା ନିମନ୍ତେ ମାଟି ଅଣାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ