ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବ
ବ୍ରହ୍ମପୁର, ୫ ସେପ୍ଟେମ୍ବର (ହି.ସ.)- ବରିଷ୍ଠ ନାଗରିକ ମାନେ ଯଥାର୍ଥରେ ଦେଶ ଓ ଜାତିର ମେରୁଦଣ୍ଡ ସାଧାରଣ କୃଷକ ଦିନ ମଜୁରିଆ ଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ବର୍ଗ ବୁଦ୍ଧିଜୀବୀ, ଜନନେତା, ଡାକ୍ତର ଇଞ୍ଜିନିୟର ସାମ୍ବାଦିକ ଇତ୍ୟାଦିଙ୍କ ଆମ ସମାଜ ପାଇଁ ଅବଦାନ ଅବିସ୍ମରଣୀୟ ଏବଂ ଅତୁଳନୀୟ ବୋଲି ଅନ୍ୟ
ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବ


ବ୍ରହ୍ମପୁର, ୫ ସେପ୍ଟେମ୍ବର (ହି.ସ.)- ବରିଷ୍ଠ ନାଗରିକ ମାନେ ଯଥାର୍ଥରେ ଦେଶ ଓ ଜାତିର ମେରୁଦଣ୍ଡ ସାଧାରଣ କୃଷକ ଦିନ ମଜୁରିଆ ଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ବର୍ଗ ବୁଦ୍ଧିଜୀବୀ, ଜନନେତା, ଡାକ୍ତର ଇଞ୍ଜିନିୟର ସାମ୍ବାଦିକ ଇତ୍ୟାଦିଙ୍କ ଆମ ସମାଜ ପାଇଁ ଅବଦାନ ଅବିସ୍ମରଣୀୟ ଏବଂ ଅତୁଳନୀୟ ବୋଲି ଅନ୍ୟତମ ଅଗ୍ରଣୀ ବରିଷ୍ଠ ନାଗରିକ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବରେ ମଞ୍ଚାସିନ ଅତିଥି ତଥା ଆଲୋଚକ ମାନେ ମତବ୍ୟକ୍ତ କରିବା ସହ ପୋଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସହାୟତା ପ୍ରଦାନ କରିବା ପାଇଁ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଉତ୍କଳ ଆଶ୍ରମ ଭାଷା ଭବନ କକ୍ଷରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସିଟି ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅତିଥି ପ୍ରଫେସର ଡକ୍ଟର ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ, ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଅତିଥି ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ ତଥା ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାପ୍ରସାଦ ପାଢୀ ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ସ୍ମୃତି ସମ୍ମାନରେ ଅନୁଷ୍ଠାନର କୋଷାଧ୍ୟକ୍ଷ

ବିଶିଷ୍ଟ ଶିକ୍ଷାବିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରିବେଶବିତ୍ ତଥା ଯୋଗ ଶିକ୍ଷକ ଲଡ଼ୁକେଶ ମିଶ୍ରଙ୍କୁ ମାନ ପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମହାମୃତ୍ୟଞ୍ଜୟ ପାଠ କରାଯାଇଥିଲା । ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନର ନୂତନ ସଦସ୍ୟତା ଗ୍ରହଣ କରିଥିବା ଜିଲ୍ଲା ପୋଲିସ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସତ୍ୟ ନାରାୟଣ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ଉତ୍ସବରେ ହାଡ଼ିବନ୍ଧୁ ମାଳି ,ଭିକାରୀ ଚରଣ ମହାପାତ୍ର , ବିଜୟ କୁମାର ସାହୁ ,ବନଓ୍ବାରୀ ପାତ୍ର,କେ. କିରଣ କୁମାର ଦୋରା, ଡ଼ ସୂଚନା ପାଢୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, ସଦାଶିବ ପାଣିଗ୍ରାହୀ, ଡ଼. ଶିବ ପ୍ରସାଦ ମିଶ୍ର,‌ସୁବାସ ଚନ୍ଦ୍ର ପାଢ଼ୀ, ସୁବାସ ଚନ୍ଦ୍ର ନାୟକ, ଇ. ଡିଲେଷୁ ରେଡ୍ଡୀ, ସତ୍ୟ ନାରାୟଣ ଦାଶ , ରବିନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ପଟ୍ଟନାୟକ, ଲାୟନ୍ସ ଲୋକନାଥ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଉପସଭାପତି ଡାକ୍ତର ପ୍ରାଣଚାନ୍ଦ ପଣ୍ଡା ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande