ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଦି ନିଉ ଲାଇଫ୍ ଏସେମ୍ଲି ହଲ, ମିଶନ କମ୍ପାଉଣ୍ଡ ବଲାଙ୍ଗିର ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ସଂଘର ସାଧାରଣ ସଭାପତି ତୁଷାର କର୍ମୀଙ୍କ ଆହ୍ଵାନ କ୍ରମେ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ, ଉପଦେଷ୍ଟା ଆଚାର୍ଯ୍ୟ ସୁଚିତ୍ର ସୁନା, ଆନନ୍ଦ କୁମାର ଯୋଷୀ ଓ ମୁଖ୍ୟ ଅତିଥି ପ୍ରଦୀପ ନାଗ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ ଯୋଷୀ ମୁଖ୍ୟବକ୍ତା, ଶ୍ୟାମ ସୁନ୍ଦର ଦାଶ, ସଚ୍ଚିଦାନନନ୍ଦ ହନୁମାନ, ଦିଲିପ ବୈଦାର, ସନ୍ତୋଷ ସାହୁ (ରାଜ୍ୟ ସଂପାଦକ), ବବୃ ବାହନ ଭୋଇ (ନିଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ), ରାୟଗଡା ଜିଲ୍ଲା ସଭାପତି ଓ ସମ୍ପାଦକ ନୁଆଁପଡାରୁ ସନ୍ତୋଷ ପାଢୀ, ଦେବଗଡରୁ ଘନଶ୍ୟାମ ସାହୁ ଓ ସାଥି, ସମ୍ବଲପୁର ରୁ ଭୁବନେଶ୍ୱର ଦ୍ୱିବେଦୀ ଓ ସାଥି, ବଉଦ ରୁ ଶିଶିର ଖଟୁଆ ଓ ସାଥି, ସୁବର୍ଣ୍ଣପୁର ରୁ ଦିଗାମ୍ବର ବିଶି, ନବରଙ୍ଗପୁର ରୁ ନିରୁପମା ସ୍ୱାଇ ପ୍ରମୋଦା ଦାସ, କଳାହାଣ୍ଡିରୁ ପ୍ରଦୀପ ସାହୁ ପ୍ରମୁଖ ସଭାରେ ଉପସ୍ଥିତ ରହି ପ୍ରାଥମିକ ଶିକ୍ଷାର ପ୍ରଗତି ଓ ଶିକ୍ଷକ ର ସ୍ୱାଭିମାନ ପାଇଁ ସ୍ୱ ସ୍ୱ ମତବ୍ୟକ୍ତ କରିଥିଲେ ।
ଏହି ସଭାରେ କୃତି ଶିକ୍ଷକ ଓମ୍ ପ୍ରକାଶ ସାହୁ, ଅନ୍ନପୂର୍ଣ୍ଣା ନନ୍ଦ, ମନ ମୋହନ ଲିମା ଓ ଅବସରପ୍ରାପ୍ତ ଶିକ୍ଷକ ଆଦିତ୍ୟ ଦାନୀ, ବିପିନ ବୁଡେକ, ଅଜିତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗ ପାଇଁ ଉତ୍ତମ କାମ କରୁଥିବାରୁ ସୁନେତ୍ରୀ ଓ ନିହାରିକାଙ୍କୁ ସମ୍ମାନିତ କରାଗଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ