ଗୁରୁ ଦିବସ ପାଳିତ
ଜୟପୁର, ୫ ସେପ୍ଟେମ୍ବର (ହି.ସ.) - ଶୁକ୍ରବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଅତି ସୁପରିଚିତ ଶିକ୍ଷକ ମାନନୀୟ ରାମ କୃଷ୍ଣ ଶାବତ ( ଅବସର ପ୍ରାପ୍ତ ଶିକ୍ଷକ) ଏବଂ ମାନନୀୟ ଯୁଗଳ ଚନ୍ଦ୍ର ସାହୁ ( ଅବସର ପ୍ରାପ୍ତ
ଗୁରୁ ଦିବସ ପାଳିତ


ଜୟପୁର, ୫ ସେପ୍ଟେମ୍ବର (ହି.ସ.) - ଶୁକ୍ରବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ଅତି ସୁପରିଚିତ ଶିକ୍ଷକ ମାନନୀୟ ରାମ କୃଷ୍ଣ ଶାବତ ( ଅବସର ପ୍ରାପ୍ତ ଶିକ୍ଷକ) ଏବଂ ମାନନୀୟ ଯୁଗଳ ଚନ୍ଦ୍ର ସାହୁ ( ଅବସର ପ୍ରାପ୍ତ ଶିକ୍ଷକ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟ ର ପରିଚାଳନା ସମିତିର କୋଷାଧ୍ୟକ୍ଷ ମାନନୀୟ ମିହିର କୁମାର ମିଶ୍ର ଏବଂ ସଦସ୍ୟ ସନ୍ତୋଷ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଦ୍ୱୟଙ୍କୁ ଗୁରୁ ତୁଲ୍ୟ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଦ୍ୱୟ ଗୁରୁଦିବସ ଉତ୍ସବ ବିଷୟରେ କିଛି ବୌଦ୍ଧିକ ପ୍ରଦାନ କରିଥିଲେ ଏବଂ କୁନି କୁନି ଶିଶୁ ଭାଇ ଓ ଭଉଣୀ ମାନେ ମଧ୍ୟ ଗୁରୁଦିବସ ଅବସରରେ କିଛି ବାଣୀ ପ୍ରଦାନ କରିଥିଲେ । ବ୍ୟକ୍ତିଗତ ଗୀତ ପରେ ଶିଶୁ ଭଉଣୀ ମାନେ ଅତିଥି ଏବଂ ଗୁରୁଜୀ ଗୁରୁମାଙ୍କ ପାଦ ଧୋଇ ପୂଜନ କରିଥିଲେ । ମୁଖ୍ୟ ଅତିଥି ଏବଂ ପରିଚାଳନା ସମିତି ଗୁରୁଜୀ ଓ ଗୁରୁମାଙ୍କୁ ସମ୍ମାନିତ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଅତି ଆନନ୍ଦରେ ପାଳିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande