କଦମପଡା ଶିଶୁ ମନ୍ଦିରରେ “ଗୁରୁଦିବସ” ପାଳନ
ବଲାଙ୍ଗିର, 5 ସେପ୍ଟେମ୍ବର (ହି.ସ.) ଆଜି‌ କଦମପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ, ଲୋଇସିଂହା ଗୋଷ୍ଠୀ କେନ୍ଦ୍ର ଶ୍ରୀମତି ଋଷିମତି ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
କଦମପଡା ଶିଶୁ ମନ୍ଦିରରେ “ଗୁରୁଦିବସ” ପାଳନ


କଦମପଡା ଶିଶୁ ମନ୍ଦିରରେ “ଗୁରୁଦିବସ” ପାଳନ


କଦମପଡା ଶିଶୁ ମନ୍ଦିରରେ “ଗୁରୁଦିବସ” ପାଳନ


କଦମପଡା ଶିଶୁ ମନ୍ଦିରରେ “ଗୁରୁଦିବସ” ପାଳନ


ବଲାଙ୍ଗିର, 5 ସେପ୍ଟେମ୍ବର (ହି.ସ.)

ଆଜି‌ କଦମପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ, ଲୋଇସିଂହା ଗୋଷ୍ଠୀ କେନ୍ଦ୍ର ଶ୍ରୀମତି ଋଷିମତି ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀମାନେ ଗୁରୁଜୀ ଗୁରୁମାଙ୍କ ଉଦ୍ଦେଶ୍ୟରେ ଲେଖନୀ ସମର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ସମବେତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଯୋଜନା ଛାତ୍ରୀ ମାନ୍ୟତା ନାଏକ , ଆଦ୍ୟାଶା ପଟ୍ଟନାୟକ, ଆସ୍ତିକ ରଞ୍ଜନ ପ୍ରଧାନ ଓ ଲିପ୍ସା ଶତପଥି କରିଥିଲେ । ଛାତ୍ରଛାତ୍ରୀ ବକ୍ତା‌ରୂପେ ପୂର୍ବି ଭୋଇ, ଆରଭି ସାହୁ, ତିତିକ୍ଷା ତତ୍ତ୍ୟଦର୍ଶିନୀ ପ୍ରଧାନ, ସ୍ବୀକୃତି ରାଣୀ କର୍ମୀ,ପ୍ରତ୍ୟୁଷ ତ୍ରିପାଠୀ ଓ ଆଦିତ୍ୟ ପାଢୀ ନିଜ ନିଜ ଉକ୍ତି ରଖିଥିଲେ । ତାପରେ ଗୁରୁଜୀ ବକ୍ତା ରୂପେ ନୀରଜ କୁମାର ଥାଟ୍ଟି ଓ ଗୁରୁମା ବକ୍ତା ରୂପେ ସନ୍ତୋଷିନୀ ସାହୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବିଷୟରେ ବିଭିନ୍ନ କଥା ଉପସ୍ଥାପନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ନିଜର ବୈ।ଦ୍ଧିକରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଥମ ରାଷ୍ଟ୍ରପତିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଯୋଗାଇ ଦେଇଥିଲେ । ବିଦ୍ୟାଳୟର ସଭାପତି ଡ଼.ଭବାନୀ ଶଙ୍କର‌ ପଟେଲ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ଗୁରୁମା ମଞ୍ଜୁଶ୍ରୀ ତ୍ରିପାଠୀ ଓ ନୂତନ ମିଶ୍ରଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସମସ୍ତ ଗୁରୁଜୀ ଗୁ୍ରୁମାଙ୍କର ପୂଜନ କରାଯାଇଥିଲା । ମଞ୍ଚାସୀନ ଅନ୍ୟତମ ଅତିଥି ରୂପେ ସଂପାଦକ ତରଣୀସେନ ପଟେଲ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର ସଂପାଦକ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande