ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଗୁରୁ ଦିବସ ପାଳିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ମଙ୍ଗଳା ଚରଣ ଗାନ କରାଯାଇଥିଲା । ଏହା ସହିତ ଶିକ୍ଷକ ବିଶ୍ବରଂଜନ ଗୌଡ଼, ଦେବେନ୍ଦ୍ର ପାଢ଼ୀ, ଶିକ୍ଷୟତ୍ରୀ ପପିତା ପ୍ରଧାନ, ଆଦ୍ୟାଶକ୍ତି ପଣ୍ଡା, ବନିତା ଶତପଥୀ ଛାତ୍ର ଛାତ୍ରୀମାନଙ୍କୁ ଗୁରୁ ଦିବସର ମହତ୍ତ୍ଵ, ଗୁରୁ ଶିଷ୍ୟ ସମ୍ପର୍କ, ଉତ୍ତମ ମାନବ ଗଠନରେ ଗୁରୁର ଭୂମିକା ଆଦି ବିଷୟରେ ବୁଝାଇଥିଲେ।ଛାତ୍ର ଛାତ୍ରୀ ମାନେ ମଧ୍ୟ ଗୁରୁଦିବସ ଉପରେ ନିଜର ମତ ରଖିଥିଲେ।
କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଥିଲେ ଶିକ୍ଷୟତ୍ରୀ ସୁବର୍ଣ୍ଣ ଖିଲ। କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ ଶିକ୍ଷକ ହିତକର ଚରତି ,ଦୀପକ ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ନିର୍ମଳ ତେଣ୍ଡକା, ଶିକ୍ଷୟତ୍ରୀ ପ୍ରଭାତୀ ପାଣିଗ୍ରାହୀ, କେ.ପ୍ରମିଳା, ପି. ରାଜେଶ୍ଵରୀ, ରଶ୍ମିତା ନାହାକ, ରଶ୍ମି ପ୍ରଭା ଭଞ୍ଜ, ସୁଧା ପଟ୍ଟନାୟକ, ସନ୍ତୋଷୀ ପଣ୍ଡା, ଶୁଭସ୍ମିତା ସାହୁ, ନମିତା ବରାଳ, ଅରୁନ୍ଧତୀ ତ୍ରିପାଠୀ । ଶେଷରେ ଶିକ୍ଷୟତ୍ରୀ ସାଗରିକା ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି