ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଂଚାୟତ ଅଧୀନ ଜୟପୁର ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଗୁରୁଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ଭରତ ଚରଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ-ଶିଷ୍ୟ ସମ୍ପର୍କ ଉତମ ରହିଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି କହିଥିଲେ। ବିଦ୍ୟାଳୟରଧ୍ରୁତିରେଖା ମିଶ୍ର, ସାଇସ୍ମୃତି ଦାସ, ଅଂଶୁମାନ ବାରିକ, ପରିପୂର୍ଣ୍ଣା ବାରିକ, ସ୍ମୃତିରେଖା ଜେନା ପ୍ରମୁଖ ଛାତ୍ରଛାତ୍ରୀ ଗୁରୁ ଦିବସ ଉପରେ ବକ୍ତବ୍ୟ ଦେଇଥିଲେ। ବିଦ୍ୟାଳୟର ଗୁରୁମା ପୂର୍ଣ୍ଣିମା ଖଟୁଆ, ରଶ୍ମିତା ନାୟକ, ପ୍ରତିଭାରାଣୀ ସାହୁ, ରଶ୍ମିତା ନାୟକ, ସେବତୀ ତ୍ରିପାଠୀ, ରଶ୍ମିତା ସାହୁ ଓ ଗୁରୁଜୀ ଦିପ୍ତୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ତିହିଡ଼ି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ