ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ପ୍ରତିଷ୍ଠା ଦିବସ ଓ ନୂଆଁଖାଇ ଭେଟ ଘାଟ ପାଳନ
ସୁବର୍ଣ୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ସ୍ମାର୍ଟ୍ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ଯକ୍ରମ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀକୃତି ପାଇଥିବା ଅନୁଷ୍ଠାନର ପଞ୍ଜିକରଣ ପତ୍ରକୁ ଜିଲ୍ଲାପାଳଙ୍କ ଦ୍ବାରା
ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ ପାଳନ


ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ ପାଳନ


ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ ପାଳନ


ସୁବର୍ଣ୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ସ୍ମାର୍ଟ୍ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସେବା ସମିତି ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ଯକ୍ରମ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀକୃତି ପାଇଥିବା ଅନୁଷ୍ଠାନର ପଞ୍ଜିକରଣ ପତ୍ରକୁ ଜିଲ୍ଲାପାଳଙ୍କ ଦ୍ବାରା ଉନ୍ମୋଚନ କରଯାଇଥିଲା l ଏହି ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେହ ମନ ଓ ନିଜ ସହିତ ଯୋଡ଼ି ହେଲେ ଈଶ୍ୱରଙ୍କ ସହ ଆପେ ଯୋଡ଼ି ହୋଇପାରିବା ବୋଲି ମତ ରଖିଥିଲେ l ଓ ଯୋଗାଭ୍ୟାସ ମାଧ୍ୟମରେ ସହର ତଥା ଗାଁ ଗାଁ ରେ ଯୋଗର ପ୍ରଚାର ପ୍ରସାର କରାଇବା ଅନୁଷ୍ଠାନର ଏହି ସାମୁହିକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଋଷି ମାଝୀ, ଏ ଡି ଏମ୍ ଓ ଡ଼ା. ଦୁର୍ଗା ଦତ୍ତ ଦାଶ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରତାପ ପୁରୋହିତ, ଯୋଗ ସେବା ସମିତିର ସଭାପତି ଗୋପାଳ ନେଗି ଯୋଗଦେଇ ଯୋଗ ଅଭ୍ୟାସ ଜାରି ରଖି ରୋଗରୁ ମୁକ୍ତି ପାଇବା ପାଇଁ ସଂକଳ୍ପ ନେଇଥିଲେ ଓ ପ୍ରତି ଘରେ ଏ ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ କରିଥିଲେ l

ସମସ୍ତ ଅତିଥି ମା ସୁରେଶ୍ଵରୀ ଓ ସର୍ବ ପଲ୍ଲୀ ରାଧା କ୍ରୀଷ୍ଣନଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପ ଅର୍ପଣ କରିଥିବା ବେଳେ ସଙ୍ଗୀତକାର ପୁରନ୍ଦର ଠେଲା ଓ ମନୋରଂଜନ ତ୍ରୀପାଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ l ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତି ଓ ମିସ୍ ଇତିଶ୍ରୀ ଡ଼ାଙ୍ଗ ସଭା ସଂଯୋଜନା କରିଥିଲେ l ସମାଜସେବୀ ଭଜନ ଲାଲ୍ ଅଗ୍ରୱାଲ, ଯୋଗ ଗୁରୁ ମନୋଜ୍ ପଣ୍ଡା, ଓ ଆଇନଜୀବୀ ପ୍ରତାପ ପୁରୋହିତ ଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l କୁନି ପ୍ରତିଭା ମିସ ହଂଶିକା ମିଶ୍ର ଯୋଗ ମାଧ୍ୟମରେ ଡେମୋ ପ୍ରଦର୍ଶନ କରିଥିବା ବେଳେ ଅନୁଷ୍ଠାନ ସଭାପତି ଗୋପାଳ ନେଗି ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନୁଷ୍ଠାନର ଶତାଧିକ ସଦସ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ l ଏହି ପାର୍କ ରେ ଏକ ହର୍ବାଲ ଗାର୍ଡେନ ତିଆରି ପାଇଁ ଅତିଥିଙ୍କ ଦ୍ଵାରା ଆଜି ଏଠାରେ କିଛି ଔଷଧିୟ ବୃକ୍ଷ ରୋପଣ କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande