କାଲିମେଳା ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରାଥମିକ ଶିକ୍ଷକ ସଂଘ କାଲିମେଳା ବ୍ଲକ ସଭାପତି ପ୍ରଦୀପ କୁମାର ତାପାଲିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
କାଲିମେଳା ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରାଥମିକ ଶିକ୍ଷକ ସଂଘ କାଲିମେଳା ବ୍ଲକ ସଭାପତି ପ୍ରଦୀପ କୁମାର ତାପାଲିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ବାରୋଇ, ସମ୍ମାନିତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ଵର ନାୟକ, ଏନପି ଏସ ସଭାପତି କେ.ପୂର୍ଣ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନିଶିକାନ୍ତ ଅଧି କାରୀ ଓ ବରିଷ୍ଠ ଶିକ୍ଷକ ଦୟାଲ ଚନ୍ଦ୍ର ବୈରାଗୀ ମଞ୍ଚାସିନ ଥିଲେ।

ସଭା ଆରମ୍ଭରେ ଅତିଥି ମାନେ ଭାରତ ର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମଞ୍ଚାସିନ ଅତିଥି ମାନେ ନିଜ ନିଜ ବକ୍ତ୍ୟବରେ ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକରସାତ ଜଣ ଶ୍ରେଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଶିକ୍ଷକ ମାନେ ହେଲେ ଏମପିଭି ୫୩ ବିଦ୍ୟାଳୟର ଶିକ୍ଷକ କ୍ରିଷ୍ଣ ମଣ୍ଡଳ, ଦୋକୋଣ୍ଡା ବିଦ୍ୟାଳୟର ଶିକ୍ଷକ ରଞ୍ଜନ କୁମାର ରାଉତ, ଏମଭି ୬୪ ବିଦ୍ୟାଳୟର ଶିକ୍ଷୟତ୍ରୀ ନୀଳିମା ପ୍ରଧାନ, ଏମଭି ୯୦ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ମୃତି ରଞ୍ଜିତା ବ୍ରହ୍ମା, ଏମଭି ୭୮ବିଦ୍ୟାଳୟର ଶିକ୍ଷକ ମାଝୀ ଧାରୁଆ, ଦୁଲାଗୁଣ୍ଡି ବିଦ୍ୟାଳୟର ଶିକ୍ଷକ ସାଧନ ମଲ୍ଲିକ, ଦରିଗୁଡା ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ମାଡକାମୀ। କାର୍ଯ୍ୟକ୍ରମକୁ ମାନସ ରଞ୍ଜନ ନାୟକ ପରିଚାଳନା କରିଥିଲେ। ଶେଷରେ କୃତିବାସ ସାମନ୍ତରାୟ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande