ଚବିଶପଡ଼ା ଉନ୍ନୀତ ୟୁ.ପି. ସ୍କୁଲର ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ଆଂଚଳିକ ସାଧନକେନ୍ଦ୍ର ଅଧୀନ ଚବିଶପଡ଼ା ଉନ୍ନୀତ ୟୁ.ପି. ସ୍କୁଲର ପୂର୍ବତନ ମେଧାବୀ ଛାତ୍ର ସତ୍ୟଜିତ୍ ମହାଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବେହେରାଙ୍କ ପୌରୋହିତ୍ୟରେ ଏକ ସ
MEDHABI CHHATRA SAMBARDHANA


ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ଆଂଚଳିକ ସାଧନକେନ୍ଦ୍ର ଅଧୀନ ଚବିଶପଡ଼ା ଉନ୍ନୀତ ୟୁ.ପି. ସ୍କୁଲର ପୂର୍ବତନ ମେଧାବୀ ଛାତ୍ର ସତ୍ୟଜିତ୍ ମହାଳିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବେହେରାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ ରାଜେନ୍ଦ୍ର କୁମାର ଦାସ, ନିର୍ମଳ ଚନ୍ଦ୍ର ଦାସ, ଶିକ୍ଷୟିତ୍ରୀ କୁନ୍ତଳା ମହାଳିକ, ରୁନୁଲତା ମହାଳିକ, ପୂର୍ବତନ ଛାତ୍ରୀ ରୋଜାଲିନ ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ର ସତ୍ୟଜିତ୍ ମେଧାବୃତି ପାଇ ସ୍କୁଲର ଗୌରବ ଆଣିଛନ୍ତି ବୋଲି କହିଥିଲେ। ମେଧାବୃତି ପାଇଁ ସତ୍ୟଜିତ୍‌ଙ୍କୁ ଗ୍ରାମବାସୀମାନେ ପ୍ରଶଂସା କରିବା ସହିତ ତାଙ୍କର ଉତରୋତର ଉନ୍ନତୀ କାମନା କରିଥିଲେ। ସୂଚନା ଯୋଗ୍ୟ ଯେ ପଠାଣି ସାମନ୍ତ ଗଣିତ ମେଧାବୃତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବ୍ଲକରେ ୪ର୍ଥ ସ୍ଥାନ ଅଧିକାର କରି ମେଧାବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande