ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ
ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ସହରର ଅଗ୍ରଣୀ ତଥା ଧନୁପାଲି ମହାବୀର ପଡା ସ୍ଥିତ ପଂଚମୁଖୀ ହନୁମାନ ମନ୍ଦିର ପରିସରରେ ପଂଚମୁଖୀ ଯୁବକ ସଂଘର ଆବାହକତ୍ୱରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୧୦ଟ
ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ


ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ


ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ


ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ


ମହାବୀର ପଡାରେ ରକ୍ତଦାନ ଶିବିର : ୭୬ ୟୁନିଟ୍ ରକ୍ତ ସଂଗ୍ରହ


ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ସହରର ଅଗ୍ରଣୀ ତଥା ଧନୁପାଲି ମହାବୀର ପଡା ସ୍ଥିତ ପଂଚମୁଖୀ ହନୁମାନ ମନ୍ଦିର ପରିସରରେ ପଂଚମୁଖୀ ଯୁବକ ସଂଘର ଆବାହକତ୍ୱରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ରକ୍ତଦାନ ଶିବିର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଯାଏ ଚାଲିଥିବା ବେଳେ ଏହି ରକ୍ତଦାନ ଶିବିରରେ ସ୍ୱେଛାକୃତ ଭାବେ ୭୬ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସୂଚନାଯୋଗ୍ୟ ଆଜିର ଏହି ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ଅନେକ ପୁରୁଷ ଓ ମହିଳା ପ୍ରଥମ ଥର ଆସି ଏଠାରେ ରକ୍ତଦାନ କରିଛନ୍ତି । ବୁର୍ଲା ଭୀମସାର ରକ୍ତ ଭଣ୍ଡାର ଦ୍ୱାରା ପରିଚାଳିତ ଏହି ଶିବିରକୁ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଉଦଘାଟନ କରିଥିଲେ । ଧନୁପାଲିର ଚେତନା ନାଟ୍ୟ ଅନୁଷ୍ଠାନ, ନଟରାଜ ଓ ଓଆଇସି କମ୍ପୁଟର ସେଣ୍ଟର ଭଳି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସମାଜସେବୀ 'ଉତ୍ସର୍ଗ'ର ସୁଧୀର ପୂଜାରୀ, 'ସମ୍ବଲ'ର ରାମଦାସ ପଣ୍ଡା, 'ସାଧନା'ର ସୂର୍ଯ୍ୟ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ସୁନୀଲ ସାହୁ ଓ ଓଡିଶା ଅଲମ୍ପିକ ଆସୋସିଏସନର ଉପସଭାପତି ଦୁଲାଲ ପ୍ରଧାନ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥିମାନେ ମତ ଦେଇଥିଲେ ଯେ' ସମାଜରେ ଏବେ ଯେପରି ଭାବରେ ମାରାତ୍ମକ ରୋଗ ବ୍ୟାପୁଛି, ସେହିପରି ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ମଧ୍ୟ ବହୁତ ବଢିଯାଇଛି । ତେଣୁ ଏହିପରି ବିଭିନ୍ନ ଅନୁଷ୍ଠାନ ମାନେ ରକ୍ତଦାନ ଶିବିର ଆୟୋଜନ କରିବାର ଆବଶ୍ୟକତା ରହିଛି । ଏହି ଶିବିରରେ ବୁର୍ଲା ଭୀମସାର ରକ୍ତ ଭଣ୍ଡାରର ଡାକ୍ତର ବିଶାଳ ୟାଦବ, କାଉନସିଲର ମଂଟୁ ପ୍ରଧାନ, ଟେକନିସିଆନ କରୁଣାକର ସାହୁ, ରଜତ ପଟେଲ, ଜଗଦୀଶ ସାହୁ ଓ ଆଟେଣ୍ଡଡାଣ୍ଡ ପ୍ରହଲ୍ଲାଦ ଭୋଇ ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ ବୁର୍ଲା ଭୀମସାରରେ ଯେଭଳି ଭାବରେ ଥାଲାସାମିଆଁ, ଜଣ୍ଡିସ, ସିକଲିନ, କୀଡୀନି ପ୍ରଭୃତି ରୋଗୀ ମାନଙ୍କର ଆବଶ୍ୟକତା ପୂରଣ କରିବାରେ ନିଶ୍ଚିତ ଭାବରେ ଏହି ସଂଗୃହିତ ରକ୍ତ କାର୍ଯ୍ୟରେ ଆସିବ ବୋଲି କହିଥିଲେ । ଏହି ରକ୍ତଦାନ ଶିବିରକୁ ଶୃଙ୍ଖଳିତ ଭାବରେ ଆୟୋଜନ କରିବାରେ ଅନୁଷ୍ଠାନର ଉପସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ କାହ୍ନୁରାମ ଶର୍ମା, ପ୍ରକାଶ ନାୟକ, ଅଶୋକ ପଟ୍ଟନାୟକ, ଶ୍ରୀକାନ୍ତ ବିଶ୍ୱାଳ, ବିକାଶ ମିଶ୍ର, ମହେଶ ପଟେଲ, ସଂଜୀବ ପାଣିଗ୍ରାହୀ, ବଳରାମ ହୋତା, ସନ୍ତୋଷ ପଣ୍ଡା, ତନୟ ରଞ୍ଜନ ପାଣିଗ୍ରାହୀ, ବଂଶୀଧର ବେହେରା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍େଟମ୍ବର ୮ ତାରିଖ ଦିନ ଏହି ଅନୁଷ୍ଠାନ ମାନଙ୍କ ଦ୍ୱାରା ନୁଆଁଖାଇ ଭେଟ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବାର ସ୍ଥିରୀକୃତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande