ମାଲକାନଗିରି,୫ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଆଜି ତାଙ୍କ ଟିମ୍ ସହ କାଲିମେଳା ସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନରେ ସେ ସ୍ୱାସ୍ଥ୍ୟ ସେବାର ଗୁଣବତା ଓ ଭିତିଭୂମି ସମୀକ୍ଷା କରିଛନ୍ତି। ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସହ ଆଲୋଚନା କରି ବିଧାୟକ ଦୂରଦୂରାନ୍ତ ଅଂଚଳରେ ଗୁଣାତ୍ମକ ଚିକିତ୍ସା ପହଂଚାଇବା ପାଇଁ ଆଗାମୀ ଯୋଜନା ପ୍ରସ୍ତୁତ କରିଛନ୍ତି।
ବିଧାୟକ କହିଛନ୍ତି, “ଆମ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବା। ଏଥିପାଇଁ ଆମେ ନିରନ୍ତର କାମ କରୁଛୁ।”
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ