ମନରେଗା ଯୋଜନାରେ ଏନଏମଏମଏସ ପାଲଟିଛି ପ୍ରହସନ, ଆପ ରେ ମୋବାଇଲ ଫଟୋରୁ ଫଟୋ ଅପଲୋଡ଼ ହେଉଥିବା ଅଭିଯୋଗ
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ଯ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା
ମନରେଗା ଯୋଜନା ରେ ଏନ ଏମ ଏମ ଏସ ପାଲଟିଛି ପ୍ରହସନ, ଆପ ରେ ମୋବାଇଲ ଫଟୋ ରୁ ଫୋଟ ଲୋଡ଼


ମନରେଗା ଯୋଜନା ରେ ଏନ ଏମ ଏମ ଏସ ପାଲଟିଛି ପ୍ରହସନ, ଆପ ରେ ମୋବାଇଲ ଫଟୋ ରୁ ଫୋଟ ଲୋଡ଼


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ଯ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ମନରେଗା ଯୋଜନା ମାଧ୍ୟମରେ ଆସୁଥିବା ଏହି ଅର୍ଥକୁ ବାଟମାରଣା କରିବା ପାଇଁ ସରକାରି କର୍ମଚାରୀ ନୂଆ ନୂଆ କୌଶଳ ଅପଣାଇଛନ୍ତି । ମନରେଗା ଯୋଜନା କାର୍ଯ୍ଯରେ କେବେ ମେସିନ ବ୍ୟବହାର ହେଉଛି ତ କେବେ କାମ ନ ହୋଇ ବିଲ୍ ଉଠାଯାଉଛି । ପୁଣି କେବେ ମୃତ ଶ୍ରମିକଙ୍କ ନାମରେ ଅର୍ଥ ପୈଠ ହେଉଛି । ଏସବୁ ବାବଦେ ବର୍ତ୍ତମାନ ମନରେଗା ଯୋଜନାର ଅର୍ଥଲୁଟ ପାଇଁ ଶ୍ରମିକଙ୍କ ବଦଳରେ ଫଟୋରୁ ଫଟୋ ନେଇ ତାହାକୁ ମନରେଗା ପୋର୍ଟାଲ୍ ରେ ଅପଲୋଡ଼ କରାଯାଉଛି । ଦାଦନ ସମସ୍ୟାକୁ ଦୂର କରିବା ଓ ଶ୍ରମିକଙ୍କ ରୋଜଗାର ବଢେଇବା ଲକ୍ଷ୍ଯ ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ମନରେଗା ଯୋଜନାରେ ବାଟମାରଣାର ଏସବୁ ଚିତ୍ର ଦେଖିବା ପରେ ବାସ୍ତବିକ କ୍ଷେତ୍ରରେ ଯୋଜନା କେତେଦୂର ସଫଳ ହୋଇଛି ତାହା ତଦନ୍ତ ସାପେକ୍ଷ । ଏପରି ଘଟଣା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତର ନର୍ଥ କେନାଲ ଠାରୁ ପୂଜାରୀ ଲ୍ୟାଣ୍ଡ ପର୍ଯ୍ୟନ୍ତ ଚାଲିଥିବା ଫିଲ୍ଦ ଚାନେଲ କାମ ଯାହାର କୋଡ଼ ନମ୍ବର୨୪୩୧୦୧୪୦୦୮/ ଆଇସି/୧୦୬୨୧୦୮୩ ଏହି କାମରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସମୟର ଫୋଟ ଏନଏମଏମଏସ ଆପରେ ଅପଲୋଡ଼ କରିବା ପରିବର୍ତ୍ତେ ମେଟ ରାମଚନ୍ଦ୍ର ୱୟୀ କା ମୋବାଇଲ ଫଟୋରୁ ଫଟୋ ଉଠେଇଥିବା ଏକ ଫଟୋ ଅପଲୋଡ଼ କରିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମନରେଗା ଯୋଜନାରେ ଯେକୌଣସି କାର୍ଯ୍ୟ ଆରମ୍ଭ ହେଲେ କାର୍ଯ୍ୟ ଜାରୀ ଥିବା ସମୟରେ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମଏମଏସ କରାଯାଏ । ଏନଏମଏମଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହି ଏନଏମଏମଏସ ଦ୍ଵାରା କାର୍ଯ୍ୟରତ ଶ୍ରମିକଙ୍କ ନାମ ଓ କାର୍ଯ୍ୟସ୍ଥଳୀରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାର୍ଯ୍ୟରେ କେତେ ଶ୍ରମିକ ନିୟୋଜିତ ହୋଇଛନ୍ତି ଏବଂ କାର୍ଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସ୍ପଷ୍ଟ ହୋଇଥାଏ । ତେବେ ଫଟୋରୁ ଫଟୋ ଅପଲୋଡ଼ କରିବା ସରକାରଙ୍କ ଆଖିରେ ଧୂଳି ଦେବା ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେଣୁ ଏପରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande