ଭୁବନେଶ୍ୱର, ୦୫ ସେପ୍ଟେମ୍ବର (ହି.ସ)- ଭତା ପାଇଁ ବୟସ ଜାଲିଆତି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଭତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି। ତନ୍ନ ତନ୍ନ ଯାଂଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଯିଏ ଭତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା