ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟ ପକ୍ଷରୁ ଆଲୋଚନା ଚକ୍ର ଓ ଗୁରୁ ପୂଜନ, ସୁନ୍ଦର ପରିବେଶ ଜୀବନ ପାଇଁ ଅପରିହାର୍ଯ୍ୟ
ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ସ୍ଥିତ ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟ ପକ୍ଷରୁ ଶୁକ୍ରବାର ସୃଜନଶୀଳ ଆଲୋଚନା ଚକ୍ର ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରାରମ୍
PRAGATISILA LEKHAK SAMUKHYA ALOCHANA CHAKRA


ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ସ୍ଥିତ ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟ ପକ୍ଷରୁ ଶୁକ୍ରବାର ସୃଜନଶୀଳ ଆଲୋଚନା ଚକ୍ର ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଗୁରୁ ବନ୍ଦନା ଓ ଗୁରୁ ପୂଜନ ପୂର୍ବକ ବର୍ଷିୟାନ ଗୁରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ ଏବଂ ଅବସରପ୍ରାପ୍ତ ପ୍ରଧଶନ ଶିକ୍ଷକ ଉମାକାନ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ଗୋଚ୍ଛାୟତ, ସାହିତ୍ୟିକ ମଥୁରା ମୋହନ ବେହେରା, ପ୍ରଫୁଲ୍ଲ କୁମାର ପାଢ଼ୀ, ରବୀନ୍ଦ୍ର କୁମାର ସେନାପତି, ବଳରାମ ମଲ୍ଲିକ, ମୁକୁନ୍ଦ ଦେବ ନାୟକ, ବିପ୍ଳବ ନାୟକ, ରବି କୁମାର ମହାନ୍ତି, ଆଶୁତୋଷ କରଣ, ଗୟାଧର ପରିଡ଼ା, ସଞ୍ଜୀବ କୁମାର ବାରିକ ପ୍ରମୁଖ ଯୋଗ ଦେଇ ‘ଆମେ ଓ ଆମ ପରିବେଶ’ ଶୀର୍ଷକ ଉପରେ ଆଲୋଚନା କରି ସୁନ୍ଦର ପରିବେଶ ଜୀବନ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ। ଏଥିସହ ମଣିଷ କିପରି ନିଜ ସୁଖ ସମୃଦ୍ଧି ପାଇଁ, ପ୍ରାକୃତିକ ପରିବେଶକୁ ନଷ୍ଟ କରୁଛି ଏବଂ ତାର ପ୍ରତିଫଳ ନିଜେ ଭୋଗ କରୁଛି ବୋଲି ବକ୍ତାମାନେ ମତ ରଖିବା ସହିତ, ଏହା ଆଗାମୀ ସମୟ ଓ ସମାଜ ପାଇଁ ଏକ ଅସମାହିତ ପ୍ରଶ୍ନବାଚୀ ବୋଲି ସଚେତନ କରାଇଥିଲେ। ଆରମ୍ଭରେ କବି ସୁବାସ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଓ ସଭାର ଆଭିମୁଖ୍ୟ ଜ୍ଞାପନ କରିଥିବା ବେଳେ କବି ଜୟନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande