ପଶ୍ଚିମାଂଚଳ ଏକତା ମଂଚ ନାରୀ ଶକ୍ତି ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଁଙ୍କୁ ଗୁରୁପୁଜନ
ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) - ଆଜି ଭାରତର ପୁର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ତଥା ପୁଣ୍ୟ ପବିତ୍ର ଗୁରୁଦିବସ । ଆଜିର ଦିନରେ ବିଭନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠାନ ମାନଙ୍କରେ ମଧ୍ୟ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗୁରୁଦିବସ ପାଳନ କରାଯାଇଛି । ସ
ପଶ୍ଚିମାଞ୍ଚଳ ଏକତା ମଞ୍ଚ୍ ନାରୀ ଶକ୍ତି ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଁଙ୍କୁ ଗୁରୁପୁଜନ


ପଶ୍ଚିମାଞ୍ଚଳ ଏକତା ମଞ୍ଚ୍ ନାରୀ ଶକ୍ତି ପକ୍ଷରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଁଙ୍କୁ ଗୁରୁପୁଜନ


ସମ୍ବଲପୁର, ୦୫ ସେପ୍ଟେମ୍ବର (ହି.ସ.) - ଆଜି ଭାରତର ପୁର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ତଥା ପୁଣ୍ୟ ପବିତ୍ର ଗୁରୁଦିବସ । ଆଜିର ଦିନରେ ବିଭନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠାନ ମାନଙ୍କରେ ମଧ୍ୟ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗୁରୁଦିବସ ପାଳନ କରାଯାଇଛି । ସମ୍ବଲପୁରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଂଚଳ ଏକତା ମଂଚ ମଧ୍ୟ ଆଜିର ଦିନକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛି । ପଶ୍ଚିମାଂଚଳ ଏକତା ମଂଚ ନାରୀ ଶକ୍ତି ପକ୍ଷରୁ ସ୍ଥାନୀୟ ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମହାସମାରୋହରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ମଂଚର ନାରୀଶକ୍ତି ସଦସ୍ୟାମାନେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପହଂଚିଥିଲେ । ସେଠାରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମାଁ ମାନଙ୍କୁ ଯଥା ବିଧି ରୀତିନୀତି ଅନୁସାରେ ଗୁରୁବନ୍ଦନା ସହ ପୂଜନ କରିବା ପରେ ମିଷ୍ଟାନ୍ନ ଖୁଆଇ ଉପହାର ପ୍ରଦାନ କରିଥିଲେ । ପଶ୍ଚିମାଂଚଳ ଏକତା ମଂଚ ଅନୁଷ୍ଠାନ ପକ୍ଷରୁ ବିଦ୍ୟାଳୟରେ ଏହା ତୃତୀୟ ଥର ପାଇଁ ଗୁରୁପୂଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦିଲୀପ ପାଢ଼ୀ ମଂଚକୁ ଧନ୍ୟବାଦ୍ ଜଣାଇଥିଲେ । ନାରୀଶକ୍ତି ସଦସ୍ୟା ବବିତା ପାଢ଼ୀ ଓ ଯାମିନୀ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଆଜିର ଗୁରୁ ପୂଜନ କାର୍ଯ୍ୟକ୍ରମରେ ନାରୀଶକ୍ତି ସଂଯୋଜିକା ପଙ୍କଜିନୀ ମେହେର, ଜିଲ୍ଲା ସଂଯୋଜିକା ଝୁନୁ ତ୍ରିପାଠୀ, ଛବି ପତି, ସଂଘମିତ୍ରା ପଣ୍ଡା, ସୁମିତା ଚଇନି, ଭୂମିସୁତା ମେହେର, ପଙ୍କଜିନି ବୈଠାରୁ, ଅଳକା ମହାପାତ୍ର, କାନ୍ତି ମେହେର, ଲଷ୍ମୀପ୍ରିୟା ପ୍ରଧାନ, ରୀନା ପଣ୍ଡା, ରିଙ୍କି ମହାରଣା, ସବିତା ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।

ମଂଚର ଆବାହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ଭାଷା ସାହିତ୍ୟ ସଂଯୋଜକ ଡ଼.ସ୍ୱୟଂ ପ୍ରକାଶ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande