ସୁଇପ ଗାଡିରୁ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ : ଆନ୍ତଃରାଜ୍ୟ ଦୁଇ ଚାଲାଣ କାରି ଗିରପ
ବଲାଙ୍ଗିର, ୫ ସେପ୍େଟମ୍ବର (ହି.ସ.)- ସୁଇପ ଗାଡିରୁ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ , ଏହି କାର ରୁ ଅନ୍ତଃରାଜ୍ୟ ଛତିଶଗଡ ର ଦୁଇ ଚାଲାଣ କାରିକୁ ଗିରପ କରିଛି ପୋଲିସ । ଆଜି କନ୍ଧ ମାଳ ବୌଦ୍ଧରୁ ତୁଷୁରା ନାଇକେନ ଶିରା ଛକଦେଇ ବଲାଙ୍ଗୀକୁୁ କାରରେ ଗଞ୍ଜେଇ ଆସୁଥିଲା । ଏକ ସୁଇପ ର୍କାରେ ଗଞ୍ଜେଇ ଚାଲାଣ ହେଉଥ
ସୁଇପ ଗାଡିରୁ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ : ଆନ୍ତଃରାଜ୍ୟ ଦୁଇ ଚାଲାଣ କାରି ଗିରପ


ବଲାଙ୍ଗିର, ୫ ସେପ୍େଟମ୍ବର (ହି.ସ.)- ସୁଇପ ଗାଡିରୁ ଗୋଡ଼ାଇ ଗଞ୍ଜେଇ ଧରିଲା ପୋଲିସ , ଏହି କାର ରୁ ଅନ୍ତଃରାଜ୍ୟ ଛତିଶଗଡ ର ଦୁଇ ଚାଲାଣ କାରିକୁ ଗିରପ କରିଛି ପୋଲିସ । ଆଜି କନ୍ଧ ମାଳ ବୌଦ୍ଧରୁ ତୁଷୁରା ନାଇକେନ ଶିରା ଛକଦେଇ ବଲାଙ୍ଗୀକୁୁ କାରରେ ଗଞ୍ଜେଇ ଆସୁଥିଲା । ଏକ ସୁଇପ ର୍କାରେ ଗଞ୍ଜେଇ ଚାଲାଣ ହେଉଥିବା ର ପୋଲିସକୁ ଆଗରୁ ସୂଚନା ମଧ୍ୟ ମିଳିଥିଲା। ପୁର୍ବ ପ୍ରସ୍ତୁତି ଅନୁଯାୟୀ ଫିଲ୍ମ ଷ୍ଟାଇଲରେ କାରକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଗାଡ଼ିକୁ ଧରି ଏହାକୁ ପୋଲିସ ସିଜ କରିଥିଲା ।

ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଗାଁ ଥାନା ତୁଷୁରା ନାଇକେନସିରା ରାସ୍ତାରେ ଛକଠାରେ । ଗଞ୍ଜେଇ ଚାଲାଣ ଖବର ପାଇ ପୋଲିସ ପୂର୍ବରୁ ନାଇକେନଶିରା ଛକରେ ପ୍ରସ୍ତୁତ ହୋଇ ଜଗି ବସିଥିଲ। ଗଞ୍ଜେଇ ଭର୍ତି କାର ଆସିବା ପରେ, ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କାରକୁ ସିଜ୍ କରିଛି। ପୋଲିସ ଡ୍ରାଇଭର ସହିତ ଛତିଶଗଡର ଦୁଇଜଣ ପ୍ରବୀଣ କୁମାର ମହାପାତ୍ର (୨୭) ଓ ପରମେଶ୍ୱର ଦାସ (୪୦)ଙ୍କୁ ଗିରଫ କରିଛି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରାଯାଇଛି । ୩୦ କେଜି ୮୩୦ଗ୍ରାମ ଗଞେଇ ଜବତ ହୋଇଥିବା ପୋଲିସ ପଖ୍ୟରୁ ସୂଚନା ଦିଆଯାଇଛି ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande