ବଲାଙ୍ଗିରରେ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଧୂମ ଧାମରେ ପାଳିତ
ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରରେ ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଅତି ଧୂମ ଧାମରେ ପାଳିତ ହୋଇଯାଇଛି। ଜିଲ୍ଲା ତମାମ ବିଭିନ୍ନ ସ୍ଥାନରେ ମୁସଲମାନ ଆୟୋଜନ କଲେ ଶାନ୍ତିର ଶୋଭାଯାତ୍ରା। ମହମ୍ମଦଙ୍କ ଶାନ୍ତି ବାର୍ତ୍ତା ବାଣ୍ଟିଲେ। ବଲାଙ୍ଗିର ଜିଲ୍ଲାରେ ଆଜି ମୁସଲାମାନଙ୍କ ଧର୍ମଗୁରୁ
ବଲାଂଗୀର ରେ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ  ଧୂମ ଧାମରେ ପାଳିତ


ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିରରେ ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଅତି ଧୂମ ଧାମରେ ପାଳିତ ହୋଇଯାଇଛି। ଜିଲ୍ଲା ତମାମ ବିଭିନ୍ନ ସ୍ଥାନରେ ମୁସଲମାନ ଆୟୋଜନ କଲେ ଶାନ୍ତିର ଶୋଭାଯାତ୍ରା। ମହମ୍ମଦଙ୍କ ଶାନ୍ତି ବାର୍ତ୍ତା ବାଣ୍ଟିଲେ।

ବଲାଙ୍ଗିର ଜିଲ୍ଲାରେ ଆଜି ମୁସଲାମାନଙ୍କ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଅତି ହସ ଉଲ୍ଲାସ ଓ ଧୂମ ଧାମରେ ପାଳିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁସଲମାନ ଭାଇ ମାନେ ଶାନ୍ତି ଓ ସଦଦ୍ଭାବନା ଶୋଭାଯାତ୍ରା କରିଥିଲେ। ଯେଉଁଥିରେ ମହମ୍ମଦଙ୍କ ଶାନ୍ତି ଅମନ ର ବାର୍ତ୍ତା ବାଣ୍ଟି ଥିଲେ। ଏଥିରେ ଆଜି ବଲାଂଗୀର ସହର ସୁନ୍ନି ସଦର ମସଜିଦ କମିଟି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଯେଉଁଥିରେ ସହରର ସବୁ ମୁସଲମାନ ଭାଇ ମାନେ ସାମିଲ ହୋଇଥିଲେ। ଏବଂ ସହର ପରିକ୍ରମା କରିବା ସହ ମହମ୍ମଦଙ୍କ ଶାନ୍ତି ବାର୍ତ୍ତା ବାଣ୍ଟି ଥିଲେ। ସେହିପରି ମସଜିଦରେ ସବୁ ମୁସଲମାନ ଭାଇ ସମୂହ ନମାଜ ପାଠ କରି ଜଗତରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରିଥିଲେ। ତେବେ ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ମୁସଲମାନ ଏଠାରେ ମହମ୍ମଦ ଜୟନ୍ତୀ ପାଳନ କରିବେ। ଏବଂ ବିଭିନ୍ନ ସ୍ଥାନରେ ପ୍ରବଚନ ଓ ଲଂଗର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମାନ ଭାବରେ ଆଜି ପଟଣାଗଡ଼, ଟିଟିଲାଗଡ଼ ଓ ତୁସୁରା ଠାରେ ମଧ୍ୟ ମୁସଲମାନ ମାନେ ନିଜ ମସଜିଦରୁ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏବଂ ସେଠି ମଧ୍ୟ ସମସ୍ତେ ସମୂହ ନମାଜ ପାଠ କରି ଭାଇଚାରା ଓ ଏକାତା ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରିଥିଲେ।

ତେବେ ବଲାଂଗୀର ସହର ସୁନ୍ନି ସଦର ମସଜିଦ ଇମାମ ସୟଦ ରାଜା କହିଛନ୍ତି ଯେ ଆଜି ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଦିବସ ଅଟେ। ଏବଂ ଆଜି ଏଥିପାଇଁ ସହରରେ ଏକ ସଦ୍ଭାବନା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସେହିପରି ମହମ୍ମଦ ଦେଇଥିବା ଶାନ୍ତି ବାର୍ତ୍ତା ଲୋକଙ୍କୁ ବଣ୍ଟା ଯାଇଥିଲା। ତେବେ ସବୁଠି ଶାନ୍ତି ଓ ଏକତା ପ୍ରତିଷ୍ଠା ମହମ୍ମଦଙ୍କ ଉଦ୍ଦେଶ୍ୟ ଥିଲା ଯାହାକୁ ନେଇ ଆଜି ସାରା ବିଶ୍ୱ ତାଙ୍କୁ ମନେ ପକାଇ ଆସୁଛି ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande