ଭୁବନେଶ୍ୱର, ୫ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବରଗଡ଼ ଜିଲ୍ଲାର ପଦମପୁରରେ ସର୍ବାଧିକ ୮୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୮୮.୦ ମି.ମି., ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦରେ ୮୪.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୮୪.୦ ମି.ମି., ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରିରେ ୮୦.୦ ମି.ମି., ବରଗଡ଼ ଜିଲ୍ଲାର ବିଜେପୁରରେ ୭୩.୨ମି.ମି., ଭଦ୍ରକ ଜିଲ୍ଲାର ଧାମନଗରରେ ୭୧.୦ ମି.ମି., ବାଲେଶ୍ୱର ଜିଲ୍ଲାର ବାହାନଗାରେ ୭୦.୦ ମି.ମି., ବରଗଡ଼ ଜିଲ୍ଲାର ଆମ୍ବାଭୋନାରେ ୬୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ସୋରରେ ୬୦.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୬୦.୦ ମି.ମି., ବେତନଟିରେ ୫୬.୦ ମି.ମି. ଏବଂ ବରଗଡ଼ ଜିଲ୍ଲାର ଭଟଲିରେ ୫୪.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ