ସମ୍ବଲପୁର, ୦୫ ସେପ୍େଟମ୍ବର (ହି.ସ.) - ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହେବାକୁ ଯାଉଥିବା ପ୍ରଥମ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ପର୍ବ ବର୍ତମାନ ଚୂଡାନ୍ତ ପର?୍ୟ୍ୟାୟରେ ପହଂଚିଛି । ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶନିବାର ସନ୍ଧ୍ୟାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ଭବ୍ୟ, ବିଶାଳ ଓ ସଫଳ କରିବା ପାଇଁ ଉଭୟ ଆୟୋଜକ ଓ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟରତ ରହିଛନ୍ତି। ପ୍ରଥମ ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ଦଳମତ ନିର୍ବିଶେଷରେ ପଶ୍ଚିମ ଓଡିଶାର ସମସ୍ତ ବିଧାୟକ ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗରେ ବିଭିନ୍ନ କାର୍ଯ୍ୟ ଗୁଡିକୁ ବଂଟନ କରାଯାଇଛି । ମଂଚ ପ୍ରସ୍ତୁତି, ସାଜଶଯ୍ୟା, ଅତିଥି ଆଗମନ, ଅତିଥି ସତ୍କାର, ସମ୍ମାନିତ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ମିଡିଆ ବ୍ୟବସ୍ଥା, ଦର୍ଶକ ଗ୍ୟାଲେରୀ, ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅନୁଭବି କାର୍ଯ୍ୟକର୍ତା ଓ କଳାକାର ଦାୟିତ୍ୱରେ ରହିଛନ୍ତି । ନୁଆଖାଇ
ଭେଟଘାଟ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ସମୀର ରଞ୍ଜନ ବାବୁ, ଅମିତ ପତି ଓ ବଂଟି ସାହୁ ରହିଥିବା ବେଳେ ରଞ୍ଜନ ସାହୁ, ଦୁର୍ଗା ଦାଶ, ମୋହିତ ସ୍ୱାଇଁ, ମହେଶ ପଟେଲ, ଦୀପାଳି ଚୌଧୁରୀ, ପଦ୍ମିନୀ ଦୋରା ପ୍ରମୁଖ ସହଯୋଗ କରୁଛନ୍ତି । ତର୍ପଣ ପ୍ରଧାନ ଓ ସୁଶ୍ରୀ ମିମାଂସା ରଥ ଉଦଘୋଷକ ଦାୟିତ୍ୱ ନିର୍ବାହନ କରିବେ । ଆୟୋଜକ କମିଟିରେ ନାଉରୀ ନାଏକ, ପ୍ରଫୁଲ୍ଲ ହୋତା, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ଫଣି ଭୂଷଣ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ, ରିକି ବେହେରା, ମୋହନ ଦାଶ, ଅରୁଣ ଦାସ, ଅଜିତ ବେହେରା, ଅବିନାଶ ପାଣିଗ୍ରାହୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ, ସିତାକାନ୍ତି ମେସୁଆ ପ୍ରମୁଖ ରହିଛନ୍ତି । ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଂଚିବା ପରେ ମାଁ ସମଲେଶ୍ୱରୀ, ମାଁ ପଟଣେଶ୍ୱରୀଙ୍କ ଦର୍ଶନ କରିବେ । ପରେ ଏକ ଆକର୍ଷଣୀୟ ସାଂସ୍କୃତିକ ଶୋଭାଯାତ୍ରାରେ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । ସେଠାରେ ନୁଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ସମିଲ ହୋଇ ରାତ୍ରିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟିର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ