ରୋଟାରି ଏଲିଟର ଉଡାନ ତରଫରୁ ଗୁରୁ ଦିବସ ପାଳିତ
ବଲାଙ୍ଗିର, ୫ ସେପ୍େଟମ୍ବର (ହି.ସ.) - ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରି ଏଲିଟର ଉଡାନ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁମାନଙ୍କୁ କୃତଜ୍ଞତା ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଛାତ୍ରୀମାନେ ଏହି ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ସଂ
*ରୋଟାରି ଏଲିଟର ଉଡାନ ତରଫରୁ ଗୁରୁ ଦିବସ ପାଳିତ*


*ରୋଟାରି ଏଲିଟର ଉଡାନ ତରଫରୁ ଗୁରୁ ଦିବସ ପାଳିତ*


ବଲାଙ୍ଗିର, ୫ ସେପ୍େଟମ୍ବର (ହି.ସ.) - ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରି ଏଲିଟର ଉଡାନ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁମାନଙ୍କୁ କୃତଜ୍ଞତା ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଛାତ୍ରୀମାନେ ଏହି ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଡ. ସଦାଶିବ ମଲ୍ଲିକ ଯୋଗଦେଇ କହିଲେ ଉଡାନ ମାଧ୍ୟମରେ ଛାତ୍ରୀମାନଙ୍କୁ ଶିକ୍ଷକମାନେ ଯେଉଁ ୨ଘଂଟାର ଶିକ୍ଷା ପ୍ରଦାନ ପୂର୍ବକ ମାର୍ଗଦର୍ଶନ କରୁଛନ୍ତି ତାହା ସାଧୁବାଦର ହକଦାର । ଉଡାନର ଏହି ତପସ୍ୟା ମାଧ୍ୟମରେ ଏହିଭଳି ଗୁରୁଶିଷ୍ୟ ପରମ୍ପରାକୁ ପ୍ରଶଂସା କରିଥିଲେ । ରୋଟାରି ଏଲିଟର ଏହି କାର୍ଯ୍ୟକୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଉଡାନର ବରିଷ୍ଠ ଶିକ୍ଷକ ନବୀନ ନାୟକ ଉଡାନରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ ଏହି ସମାଜପାଇଁ ଆଗକୁଯାଇ ପଥପ୍ରଦର୍ଶକ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଡାନର ଛାତ୍ରୀମାନେ ଉଡାନର ଶିକ୍ଷକ ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ପୀତବାସ ପଣ୍ଡା, ବୃଷକେତୁ ସାହୁ, ଗୋପଭୂଷଣ ନାଥ, ସିନୁ ସୁନ୍ଦର ପାଢ଼ୀ, ବିକାଶ ସାହୁ, ନୂତନ ନାୟକ, ଜୟନ୍ତ ମେହେର, ଅଭୟ ମିଶ୍ର, ଗନ୍ଧର୍ବ ପାତ୍ର, ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କୁ ଫୁଲ ଚନ୍ଦନ ଦେଇ ସମ୍ମାନ ପ୍ରଦାନ କରିଥିଲେ । ଉଡାନର ଛାତ୍ରୀ ଦମୟନ୍ତୀ ଖୁଆସ, ସ୍ୱସ୍ତିକା କୁମାର, ଶ୍ରିୟଙ୍କା ସୁନା, ଝଲସି କୁମ୍ଭାର, ମାନସିରାଣୀ ଦାଶ, ସ୍ମୃତିପ୍ରିୟା ସାହୁ, ତୃପ୍ତି ତମନ୍ନା ସାହୁ ଓ ମନୀଷା ବାରିକ ପ୍ରମୁଖ ନିଜର ବକ୍ତବ୍ୟ ମାଧ୍ୟମରେ ଉଡାନର ଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରି ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ସଭାପତି ଦର୍ଶନ ଭମର ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରି ଏଲିଟର ସଭ୍ୟମାନେ ଓ ଉଡାନର ଛାତ୍ରୀଗଣ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande