ଏସବିଆଇ ବଲାଙ୍ଗୀର ଶାଖା ତରଫରୁ ପତିତପାବନ ଏକାଡେମୀ ସହଯୋଗରେ ଗୁରୁ ଦିବସ ପାଳିତ
ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବଲାଙ୍ଗିର ଶାଖା ତରଫରୁ ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ସଭା ଆରମ୍ଭ କରାଯାଇଥିଲା
ଏସ୍ ବି ଆଇ ବଲାଙ୍ଗୀର ଶାଖା ତରଫରୁ ପତିତପାବନ ଏକାଡେମୀ ସହଯୋଗରେ ଗୁରୁ ଦିବସ ପାଳିତ


ଏସ୍ ବି ଆଇ ବଲାଙ୍ଗୀର ଶାଖା ତରଫରୁ ପତିତପାବନ ଏକାଡେମୀ ସହଯୋଗରେ ଗୁରୁ ଦିବସ ପାଳିତ


ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବଲାଙ୍ଗିର ଶାଖା ତରଫରୁ ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ସଭା ଆରମ୍ଭ କରାଯାଇଥିଲା l ପତିତପାବନ ଏକାଡେମୀର ସକ୍ରିୟ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବରେ ଏସ୍ ବି ଆଇ ବଲାଙ୍ଗୀର ଶାଖାର ପରିଚାଳକ ପ୍ରଣବ ପ୍ରକାଶ ଦାସ ଓ ଡେପୁଟି ମ୍ୟାନେଜର ପ୍ରମୋଦ ସାହୁ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ଦିଗରେ ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ଦାୟିତ୍ଵ ରହିଛି ବୋଲି କହିଥିଲେ l ଗୋଟିଏ ଛାତ୍ରର ଜୀବନରେ ଗୁରୁଙ୍କ ସ୍ଥାନ କେହି ନେଇ ପାରିବ ନାହିଁ ବୋଲି ଅତିଥି ମାନେ ମତ ରଖିଥିଲେ l ଏହି ଅବସରରେ ଅତିଥିମାନଙ୍କ ସମେତ ସ୍କୁଲର ଛାତ୍ର ମାନେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନର ବିଭିନ୍ନ ଦିଗ ଓ ଆଦର୍ଶ ଉପରେ ଆଲୋଚନା କରିଥିଲେ l ଗୁରୁ ଜଣେ ବ୍ୟକ୍ତିକୁ ଅନ୍ଧାରରୁ ଆଲୋକ ଆଲୋକ ଆଡକୁ ନେଇଥାଏ ଓ ପ୍ରତ୍ୟେକ ସଫଳତାର ପଛରେ ଜଣେ ଗୁରୁର ହାତ ରହିଥାଏ ବୋଲି ବକ୍ତାମାନେ ମତ ଦେଇଥିଲେ l

ସ୍କୁଲର ପ୍ରଧାନ ଶିକ୍ଷକ ଅଂଶୁପା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲର ଶିକ୍ଷୟିତ୍ରୀ କେତକୀ ଭୋଇ ଓ ପ୍ରେରଣାର ସମ୍ପାଦକ ରଘୁ ନନ୍ଦନ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ଏସ୍ ବି ଆଇ, ବଲାଙ୍ଗୀର ଶାଖା ତରଫରୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକୁ ସ୍କୁଲର ଶିକ୍ଷକ ଅନୀଲ ସରଭଙ୍ଗ ସଂଯୋଜନା କରିଥିବା ବେଳେ ସ୍କୁଲର ସ୍କୁଲର ପ୍ରଧାନ ଶିକ୍ଷକ ଅଂଶୁପା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande