ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଶାନ୍ତି ନିବାସ ପରିସରରେ ବନମାଳୀ ସତ୍ୟଭାମା ସ୍ମୃତି ସଂସଦର ସଭାପତି ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ସ୍ୱର୍ଗତ ସତ୍ୟଭାମା ମିଶ୍ରଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଅଛି । ଆନୁଷ୍ଠାନକଭାବେ ସମାଜସେବୀ ତଥା ତ୍ୟାଗଭୂମିର ପ୍ରତିଷ୍ଠାତା ସଭାପତି ଅଜୟ ନାୟକ ‘ସ୍ୱର୍ଗାଦପି ଗରୀୟସୀ’ ପତ୍ରିକା ଉନ୍ମୋଚିତ କରିଥିବା ବେଳେ ଅନ୍ୟତମ ଅତିଥି ପ୍ର. ଅଟଳ ବିହାରୀ ନାୟକ, ପ୍ର.ଗୋଲକ ବିହାରୀ ନାୟକ, ଡ଼ା. ଅନିଲ ଦାସ, ଅଧ୍ୟକ୍ଷ ନିହାର ରଂଜନ କର, ସୁବର୍ଣ୍ଣଶ୍ରୀ ପତ୍ରିକାର ସଂପାଦକ କାଳୀପଦ ପଣ୍ଡା, ଲଲାଟେନ୍ଦୁ ମହାନ୍ତି, ପଣ୍ଡିତ ଦୈତାରୀ ମହାପାତ୍ର, ପଣ୍ଡିତ ଦୟାନିଧି ଦାଶ, ଡ଼ଃ ପ୍ରମୋଦ କୁମାର ନାୟକ, ଡ଼ଃ କୃପାସିନ୍ଧୁ ନାୟକ, ଡ଼ଃ ଗୋପାଳ କୁମାର, ଡ଼ା ପ୍ରଭାକର ଦାଶ, ପଣ୍ଡିତ ପଦ୍ମନାଭ ତ୍ରିପାଠୀ, କୈଳାସ ଦାସ, କିରଣ ଗୁଇଁ, ସୁଧାକର ରାଉତ, ରତିକାନ୍ତ ବେହେରା, ସତ୍ୟଭୂଷଣ ସ୍ୱାମୀ, ପ୍ର. ଗଗନ ଦେ, ଡ଼ଃ ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ଶୁକଦେବ ପଣ୍ଡା, ଅକ୍ଷୟ କୁମାର ପାଣିଗ୍ରାହୀ, ଶ୍ରୀମାନ୍ ଅକ୍ଷୟ, ଅଚ୍ୟୁତ ପଣ୍ଡା, ମୀନକେତନ ମିଶ୍ର, ପ୍ରଦ୍ୟୋତ୍ତନ ସୁଆର, କିଶୋର କୁମାର ମହାନ୍ତି, ସଂଗ୍ରାମ କେଶରୀ ଦାସ, ଶୈଳେନ୍ଦ୍ର ପାଢ଼ୀ, ଦୀନବନ୍ଧୁ ଦାସ, ବ୍ରହ୍ମାନନ୍ଦ ମିଶ୍ର, ମନୋରମା ଆଚାର୍ଯ୍ୟ, ସରସ୍ୱତୀ ତ୍ରିପାଠୀ ପ୍ରମୁଖ ସତ୍ୟଭାମା ମିଶ୍ରଙ୍କ ଏକାଦଶାହରେ ସେ ଜଣେ ସମାଜସେବୀ, ଧାର୍ମିକ ପରୋପକରୀ, ମିଷ୍ଟଭାଷୀ ଓ ଦରଦୀ ମହିୟସୀ ମହିଳା ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ