ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୨ ଜଣ ଶିକ୍ଷକ
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ୨ ଜଣ ଶିକ୍ଷକ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ସେ ଦୁଇ ଜଣ ଶିକ୍ଷକ ହେଉଛନ୍ତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମଳା(ଜୟପୁର)ର ହିନ୍ଦୀ ଶିକ୍ଷକ ବିକାଶ କୁମାର ଭୋଇ ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୨ ଜଣ ଶିକ୍ଷକ


ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ୨ ଜଣ ଶିକ୍ଷକ


ଜୟପୁର, ୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ୨ ଜଣ ଶିକ୍ଷକ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ସେ ଦୁଇ ଜଣ ଶିକ୍ଷକ ହେଉଛନ୍ତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମଳା(ଜୟପୁର)ର ହିନ୍ଦୀ ଶିକ୍ଷକ ବିକାଶ କୁମାର ଭୋଇ ଏବଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅନ୍ତା(ଜୟପୁର)ର ହିନ୍ଦୀ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ନାୟକ । ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବାରୁ ଦୁହିଁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ହିନ୍ଦୀ ବିଷୟକୁ ନୂତନ କୈଶଳରେ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ ପ୍ରଶଂସନୀୟ ହୋଇପାରିଛନ୍ତି। ଏହି ୨ ଜଣ ଶିକ୍ଷକ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande