କେନ୍ଦୁଝର, ୫ ସେପ୍ଟେମ୍ବର (ହି.ସ.) - ଢେଙ୍କିକୋଟର ଶିଶୁ ବିଦ୍ୟାମନ୍ଦିର ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି। ଆୟୋଜନ ହୋଇଥିବା ଉତ୍ସବ ଛାତ୍ର ଛାତ୍ରୀ ବନ୍ଦନା ଗାନ ପୂର୍ବକ, ଗୁରୁଜୀ ଗୁରୁମାଙ୍କୁ ପୂଜନ ପରେ, ଆଣି ଥିବା ଉପହାର ପ୍ରଦାନ କରିଥିଲେ ଛାତ୍ର ଓ ଛାତ୍ରୀ। ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ସାନ୍ତରାପୁର ଅବସର ପ୍ରାପ୍ତ ଶିକ୍ଷକ ତଥା ବର୍ତମାନର ପରିଚାଳନା ସମିତିର ସମ୍ପାଦକ କୀର୍ତନ ବିହାରି ମହାନ୍ତ ଯୋଗଦେଇ ଗୁରୁ ଦିବସ ଉତ୍ସବର ମୂଲ୍ୟବୋଧ ସମ୍ବନ୍ଧରେ କହିଥିଲେ ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତ ସଂଯୋଜନା ରେ କାର୍ଯ୍ୟକ୍ରମ ଚାଲିଥିଲା ରଞ୍ଜିତା ରାଣୀ କର ବୌଦ୍ଧିକ ପ୍ରଦାନ କରିଥିଲେ, ଗୁରୁଜୀ ନିରଞ୍ଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ବୈଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଶିଶୁ ଭାଇଭଉଣୀ ମାନେ ଉତ୍ସାହିତ ହୋଇଥିବା ବେଳେ, ପରିଚାଳନା ସମିତି ତରଫରୁ କୋଷାଧ୍ୟକ୍ଷ ରାଧାକାନ୍ତ ବେହେରା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ ସେବକ ସେବିକା ମାନଙ୍କୁ ଗଣବେଶ ପ୍ରଦାନ କରିଥିଲେ ସମସ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA