ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟକାମବେଡା, ବଡବିଲ ଠାରେ ଗୁରୁ ଦିବସ ପାଳନ
କେନ୍ଦୁଝର, ୫ ସେପ୍ଟେମ୍ବର (ହି.ସ.)- ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟ୍ କାମ୍ ବେଡାଠାରେ ଶୁକ୍ରବାର ଦିନ ସକାଳୁ ସକାଳୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟକାମବେଡା, ବଡବିଲ ଠାରେ ଗୁରୁ ଦିବସ ପାଳନ


କେନ୍ଦୁଝର, ୫ ସେପ୍ଟେମ୍ବର (ହି.ସ.)- ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଟ୍ କାମ୍ ବେଡାଠାରେ ଶୁକ୍ରବାର ଦିନ ସକାଳୁ ସକାଳୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗୁରୁ ଦିବସ ପୁରାତନ ପଦ୍ଧତି ଯଥା ପୁଷ୍ପ, ଦୀପ, ଚନ୍ଦନ ଏବଂ ଦାନ୍ତକାଠି ସହିତ ଘର ଘର ବୁଲି ପୂଜାର୍ଚ୍ଚନା କରିଥିଲେ l ପରେ ସକାଳ ୧୦ଟା ସମୟରେ ଗୁରୁ ଦିବସ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଙ୍ଗୁଳୁ ନାୟକଙ୍କ ସଭାପତିତ୍ୱ କରିବା ସହ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀମତୀ ଗୀତାଞ୍ଜଳି ସାମଲ ଏବଂ ଅନିଶ କୁମାର ନାଗ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁରୁଚରଣ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଛାତ୍ର ଛାତ୍ରୀମାନେ ପୁନଶ୍ଚ ଗୁରୁ ପୂଜନ କରିଥିଲେ । ସମସ୍ତ ଅତିଥି ଗୁରୁଦିବସରେ ମହାନ୍ତ ।ସମସ୍ତ ଅତିଥି ଗୁରୁ ଦିବସର ମହତ୍ତ୍ଵ ବିଷୟରେ ଆଲୋକାନୁପାତ କରିଥିଲେ ଓ ଛାତ୍ରଛାତ୍ରୀ ମାନେ ଉତ୍ତମ ଆଚାର, ବିଚାର ଓ ବ୍ୟବହାର ସମ୍ପନ୍ନ ହୋଇ ଏଇ ବିଦ୍ୟାଳୟରେ କିପରି ଖୁସିର ବାତାବରଣ ସୃଷ୍ଟି ହେବ ପ୍ରେରଣା ଦେଇଥିଲେ ।

ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ହେମନ୍ତ କୁମାର ଘଡିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବିଦ୍ୟାଳୟର ଶ୍ରୀଯୁକ୍ତ ମନୋଜ କୁମାର ସାହୁ( ଉଭିଦ ବିଜ୍ଞାନ), ଜଗଦୀଶ ସାହୁ( ଗଣିତ),ଆଶୁତୋଷ ସେଠୀ( ରସାୟନ ବିଜ୍ଞାନ), ଭାରତୀ ମହାନ୍ତ( ପଦାର୍ଥ ବିଜ୍ଞାନ), ନିର୍ଲିପ୍ତା ପାଣିଗ୍ରାହୀ( ପ୍ରାଣୀ ବିଜ୍ଞାନ), ଧୂରେନ୍‌ ମହାନ୍ତ( କମ୍ପ୍ୟୁଟର), ରୀନା ବେହେରା ତଥା ଉଚ୍ଚ ବିଦ୍ୟାଳୟର ରଞ୍ଜନ କୁମାର ରାଉତ,ବିନୋଦ ଦେହୁରୀ, ଜୀନତ ମହାନ୍ତ,ଉର୍ମିଳା ବିଶ୍ଵାଳ,ଅନିତା ପ୍ରଧାନ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ ପୂର୍ବକ ସଭାଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏଇ ସଭାରେ ଛାତ୍ରଛାତ୍ରୀମାନେ ସମସ୍ତ ଅତିଥି, ଶିକ୍ଷକ ,ଶିକ୍ଷୟିତ୍ରୀ,ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ଉପହାର ପ୍ରଦାନ କରିଥିଲେ । ଉକ୍ତ ସଭାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିବା ସହିତ ପଢାପଢି ଠିକ୍ ଭାବରେ କରିବା, ସମୟର ସଦୁପଯୋଗ କରିବା, ଶୃଙ୍ଖଳାରେ ରହିବା ଏବଂ ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହେବା ଇତ୍ୟାଦି ବିଷୟରେ ସମ୍ୟକ୍ ଉପଦେଶ ପ୍ରଦାନ କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ରାଉତ ସଭାକାର୍ଯ୍ୟ ସଂଚାଳକ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande