ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଗୁଡଭେଲା ବ୍ଲକ୍ ର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଗୁରୁ ଦିବସ ଓ ଭୂମିଦାତା ସ୍ବର୍ଗତ କେଶୋରାମ କେଡିଆଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜଗଦୀଶ ପ୍ରସାଦ କେଡିଆ ଓ ନିମନ୍ତ୍ରିତ ଅତିଥି ଭାବେ ପିଙ୍କୁ ଅଗ୍ରୱାଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଊଷା କେଡିଆ ଓ ବିଭୋର କେଡିଆ ଯୋଗ ଦେଇଥିଲେ ଗୁରୁଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ପାୟଲ ସୁନା, ରେଶ୍ମା ନାଏକ, ସ୍ନେହା କୁମ୍ଭାର ଓ ସ୍ବାତୀ ମହାନନ୍ଦ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ରଚିତ ଗୁରୁ ବନ୍ଦନା ଗାନ କରିଥିଲେ। ଆଶ୍ରିତା ଦଣ୍ଡସେନା ଓ ଭାରତୀ ଧରୁଆ ବକ୍ତୃତା ପ୍ରଦାନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା ଭେଟି ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ।
ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ତଥା ପାଚିକା ଗିତା ଦର୍ଜୀ ଓ ଗୁଣବତୀ ମହାଲିଙ୍ଗ ସହଯୋଗ କରିଥିଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ତିଥି ଭୋଜନ ପରିବେଷଣ କରାଯାଇଥିଲା। ସ୍କୁଲ କ୍ୟାବିନେଟ୍ ର ପ୍ରଧାନ ମନ୍ତ୍ରୀ ସୋମ ତନ୍ତୀ ତଥା ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ