ଜିଲ୍ଲାସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ
ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଆଜି ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ, ଅନ୍ୟତମ ଅତିଥି ଭାବେ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ସରୋଜ୍ କୁମ
ZILLASTARIYA GURU DIVAS


ଭଦ୍ରକ, ୫ ସେପ୍ଟେମ୍ବର (ହି.ସ.) - ଆଜି ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ, ଅନ୍ୟତମ ଅତିଥି ଭାବେ ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ସରୋଜ୍ କୁମାର୍ ଦତ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡିଆଇଇଟି ଅଧ୍ୟକ୍ଷ ଡ କାର୍ତିକେଶ୍ୱର୍ ରାଉଳ, ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଗୋଷ୍ଟୀ ଶିକ୍ଷାଧିକାରୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।୨୬ ଜଣ କୃତୀ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କର।ଯାଇଥିଲା। ସେହିପରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଗୁରୁ ଦିବସ ଅବସର ରେ ଗୁରୁ ଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଛାତ୍ର ଛାତ୍ରୀ ମାନେ ସଦା ସର୍ବଦା ଅର୍ପଣ କରିବା ଦରକାର। ଆଜିର ଯୁବ ପିଢ଼ି ଗୁରୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ଆବଶ୍ୟକ। ସେହିପରି ଗୁରୁ ମାନେ ସେମାନେ ମଧ୍ୟ କେବଳ ସମୟ କୁ ଦେଖି ଶିକ୍ଷା ଦେବା ଅପେକ୍ଷା ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦରକାର। ଯେପରି ଭଦ୍ରକ ଜିଲ୍ଲା ସାରା ଓଡିଶା ରେ ଶିକ୍ଷା କ୍ଷେତ୍ର ରେ ଅଗ୍ରୀମ ଭୂମିକା ହାସଲ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande