କେନ୍ଦ୍ରାପଡା, 5 ସେପ୍ଟେମ୍ବର (ହି.ସ.) - ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଇଛାପୁର ହାଇସ୍ୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ରଘୁରାମ ଆର ଆୟର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ଗଣେଶ, ସରସ୍ୱତୀ ଓ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋଚିତ୍ର ରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ମୁଖ୍ୟ ଅତିଥି ଜିଲ୍ଲପାଳ ଆୟାର ବକ୍ତବ୍ୟ ପ୍ରଦାନ କରିି ଉତମ ଶିକ୍ଷକ ଭାବରେ ଉତମ ଛାତ୍ରଛାତ୍ରୀ ନିର୍ମାଣ କରିପାରିଲେ ଗୁରୁ ଦିବସର ସାର୍ଥକତା ପ୍ରତିପାଦ ହୋଇପାରିବ ବୋଲି କହିବା ସହ ପ୍ରତ୍ୟେକ ଶିକ୍ଷକ ୫ ଜଣ କୃତୀ ଶିକ୍ଷକ ସୃଷ୍ଟି କରିବା ପାଇଁ ପ୍ରେରଣା ଦେବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବାଲିଆ ସ୍ଥିତ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରି, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ନାୟକ, ଶୁଭସ୍ମିତା ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ମନ୍ତ୍ରୀ ଓ ଇଛାପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ୩୨ ଜଣ ମାଧ୍ୟମିକ ଶିକ୍ଷକ, ୮ ଜଣ ପ୍ରାଥମିକ ଶିକ୍ଷକ ଓ ମାର୍ଶାଘାଇ ସିଆରସିସିଙ୍କୁ ମୁଖ୍ୟ ଅତିଥି ଉତରୀୟ ମାନପତ୍ର, ପ୍ରମାଣପତ୍ର ଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ରେ ରଘୁନାଥ ଦାସ ପ୍ରାରମ୍ଭିକ ସୂଚନା ଓ ପିତବାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ବିଜ୍ଞାନ ପରିଦର୍ଶନ ନିଶିଥ ବାରିକ, ଶିକ୍ଷକ ନାରାୟଣ ମହାନ୍ତି, ଭାଗରଥୀ ବାରିକ, ମନୋରଂଜନ ସେଠୀ ଓ ବଳଦେବ ପ୍ରସାଦ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି