ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)
- ଗୁରୁ ଦିବସର
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ
ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ
ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର
ବିକାଶର ଦାୟିତ୍ଵ ଶିକ୍ଷକମାନଙ୍କର ହୋଇଥିବାରୁ ସେମାନଙ୍କୁ ‘ଗୁରୁ’ ଭାବରେ ସମ୍ମାନିତ କରାଯାଏ । ଏହି ଦାୟିତ୍ବକୁ ଠିକ୍ ଭାବରେ ସମ୍ପାଦନ
କରି ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷକମାନେ ଉଦ୍ୟମ ଅବ୍ୟାହତ ରଖିବେ ବୋଲି ମୋର
ଆଶା ଓ ବିଶ୍ଵାସ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା