ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଜଳକା ନଦୀରେ
ବନ୍ୟା ସ୍ଥିତି । ବାଲେଶ୍ୱର ବସ୍ତା ଅଂଚଳ
ପ୍ରଭାବିତ ହେବ । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା
ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି । ବୈତରଣୀ ନଦୀ ଜଳ ସ୍ତର ବିପଦ ସଙ୍କେତ
ତଳକୁ ଚାଲି ଆସିଛି । ଗତକାଲି 15 ବ୍ଲକରେ 50 ମିମିରୁ ଅଧିକ ବର୍ଷା ହୋଇଛି । ପଦ୍ମପୁରରେ
ସର୍ବାଧିକ 88 ମିମି ବର୍ଷା ହୋଇଛି । ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀ ଉପର
ମୁଣ୍ଡରେ 19 ମିମି ବର୍ଷା ହୋଇଛି । ହୀରାକୁଦରେ ଇନ ଫ୍ଲୋ ବଢିଛି । ଜଳଭଣ୍ଡାର 3 ଲକ୍ଷ 36 ହଜାର
କ୍ୟୁସେକ ଜଳ ପ୍ରବେଶ କରୁଥିବା ସମାନ ପରିମାଣ ଜଳ ନିଷ୍କାସିତ ହେଉଛି । 7 ତାରିଖରେ ସାଢ଼େ 4
ଲକ୍ଷ ରୁ 5 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । 20 ଟି ଗେଟ ଦେଇ ଏବେ ଜଳ ନିଷ୍କାସିତ ହେଉଛି ।
ହୀରାକୁଦରେ ଏବେ 626.58 ଫୁଟ ଜଳ ସ୍ତର ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା