ଧର୍ମଶାଳା,୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଳକ ମହେଶ୍ୱରପୁର ଚାନ୍ଦପୁରସ୍ଥିତ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ ପରିସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇ ଯାଇଛି । ପୂର୍ବତନ ରାଷ୍ଟପ୍ରତି ,ରାଷ୍ଟନୀତିଜ୍ଞ ତଥା ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ସ୍କୁଲ ପକ୍ଷରୁ ଶିକ୍ଷାକର୍ମଚାରୀଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଅଧ୍ୟକ୍ଷ ସେକ୍ ଅସମଦ୍ ଅଲ୍ଲୀଙ୍କ ସଭାପତିତ୍ୱରେ ପବିତ୍ର ଗୁରୁ ଦିବସର ମହାତ୍ମ୍ୟ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରମାକାନ୍ତ ବେହେରା,ସଦାମ ହୋସେନ ଓ ଆସିହା ସେକ୍ ପ୍ରମୁଖ ଯୋଗ ଦେଇ ଗୁରୁ ଶିକ୍ଷ୍ୟ ମଧ୍ୟରେ ପବିତ୍ର ସମ୍ପର୍କକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ଗଳ୍ପ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ଆସମା ପରୱିନ,ରୋକେୟା ପରୱିନ,ମୋନାଲିସା ନାୟକ,ଦିପ୍ତିମୟୀ ଓଝା,ଦିପାଞ୍ଜଳୀ ବେହେରା,ରାଜଶ୍ରୀ ଦାସ,ପୂଜା ମଲ୍ଲିକ,ଅନଜୁମ୍ ଖାତୁନ,ରିଜୁଆନ ଖାଁନ୍,ମହମ୍ମଦ ଖୁରସିଦ,ଲିପିକା ଓଝା,ସେକ୍ ଆକ୍ରମ ଅଲ୍ଲୀ ,ଶିକ୍ଷାକର୍ମଚାରୀ ଜାହିରା ବେଗମ,ପ୍ରତିମା ନାୟକ ଓ ଲିଲି ବିବି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ