ଗୁରୁପୂଜନ ଉତ୍ସବ
ପୁରୀ, ୫ ସେପ୍ଟେମ୍ବର (ହି.ସ.) - ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଉପଲକ୍ଷେ ପାଳିତ ଗୁରୁ ଦିବସ ଅବସରରେ ଗୁରୁପୂଜନ ଓ ସମ୍ବର୍ଦ୍ଧିତ ହୋଇଥିଲେ । ସଦ୍ଭାବନା ସଭାଗୃହରେ ଆୟୋଜିତ ଉତ୍ସବରେ ବ୍ରହ୍ମଗିରିର ଲୋକପ୍ରିୟ ବିଧାୟିକା ଉପାସନା ମହାପାତ୍ର ଯୋଗଦେଇ କହିଲେ ଗ
ଗୁରୁପୂଜନ ଉତ୍ସବ


ପୁରୀ, ୫ ସେପ୍ଟେମ୍ବର (ହି.ସ.) - ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଉପଲକ୍ଷେ ପାଳିତ ଗୁରୁ ଦିବସ ଅବସରରେ ଗୁରୁପୂଜନ ଓ ସମ୍ବର୍ଦ୍ଧିତ ହୋଇଥିଲେ । ସଦ୍ଭାବନା ସଭାଗୃହରେ ଆୟୋଜିତ ଉତ୍ସବରେ ବ୍ରହ୍ମଗିରିର ଲୋକପ୍ରିୟ ବିଧାୟିକା ଉପାସନା ମହାପାତ୍ର ଯୋଗଦେଇ କହିଲେ ଗୁରୁଙ୍କ ଯୋଗୁ ଜ୍ଞାନ ବଢିଥାଏ । ଅଜ୍ଞାନ ଅନ୍ଧରରୁ ଗୁରୁ ଜ୍ଞାନର ଆଲୋକ ଦେଖାଇଥାନ୍ତି । ଶିକ୍ଷା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ଅବସରପ୍ରାପ୍ତ ପ୍ରତିଷ୍ଠିତ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande