ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବାକୁ ଆହ୍ୱାନ ଗୁରୁପୂଜନ କରି ଉଦାହରଣ ସୃଷ୍ଟିକଲେ ୧୯୮୫ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀ
ଧର୍ମଶାଳା, ୫ ସେପ୍ଟେମ୍ବର(ହି.ସ.) - ଆମ ସମାଜରେ ଗୁରୁଙ୍କ ଆସନ ବହୁ ଉଚ୍ଚରେ ଅଟେ । ବାପା ମାଆଙ୍କ ପରେ ଗୁରୁ, ଯିଏକି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରିଥାନ୍ତି । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ନୈତିକ ଅଧୋଗତି ତଥା ମୂଲ୍ୟବୋଧର ଅବକ୍ଷୟ ଘଟିବା ସହିତ ଗୁରୁ ଶିକ୍ଷ୍ୟ ପରମ୍ପରା ହଜି ହଜି ଯାଉଛି ।
ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବାକୁ ଆହ୍ୱାନ  ଗୁରୁପୂଜନ କରି ଉଦାହରଣ ସୃଷ୍ଟିକଲେ ୧୯୮୫ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀ


ଧର୍ମଶାଳା, ୫ ସେପ୍ଟେମ୍ବର(ହି.ସ.) - ଆମ ସମାଜରେ ଗୁରୁଙ୍କ ଆସନ ବହୁ ଉଚ୍ଚରେ ଅଟେ । ବାପା ମାଆଙ୍କ ପରେ ଗୁରୁ, ଯିଏକି ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରିଥାନ୍ତି । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ନୈତିକ ଅଧୋଗତି ତଥା ମୂଲ୍ୟବୋଧର ଅବକ୍ଷୟ ଘଟିବା ସହିତ ଗୁରୁ ଶିକ୍ଷ୍ୟ ପରମ୍ପରା ହଜି ହଜି ଯାଉଛି । ନୈତିକତା ଓ ଆଧ୍ୟାତ୍ମିକତା କୁ ଆପଣେଇବା ସହିତ ଗୁରଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଗୁରୁଦିବସ ପାଳନ ଅବସରରେ ଆହ୍ୱାନ ଦିଆଯାଇଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ପଂଚାୟତ ଅରଙ୍ଗାବାଦ ସ୍ଥିତ ଶ୍ୟାମସୁନ୍ଦର ଜୀଉ କଲ୍ୟାଣ ମଣ୍ଡପଠାରେ ଶ୍ୟାମସୁନ୍ଦର ହାଇସ୍କୁଲ ମିର୍ଜାପୁର ୧୯୮୫ ମାଟ୍ରିକ୍ ବ୍ୟାଚ୍ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ନିଆରା ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ସାହୁ, ଅବରପ୍ରାପ୍ତ କ୍ରୀଡା ଶିକ୍ଷକ ଜତିନ୍ଦ୍ରନାଥ ଦାଶ, ଶ୍ୟାମସୁନ୍ଦର ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ନାୟକ, ଅବସପ୍ରାପ୍ତ ଶିକ୍ଷକ ପ୍ରଶନ୍ନକୁମାର ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇଥିଲେ । ଅତିଥିମାନେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମଂଚାସୀନ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଗୁରୁବନ୍ଦନା କରାଯାଇଥିଲା । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ନିଜର ଗୁରୁ ମାନଙ୍କୁ ସିନ୍ଦୁର, ଫୁଲ, ଚନ୍ଦନ ପ୍ରଦାନ ପୂର୍ବକ ଧୂପ ଦୀପ ଦେଇ ବନ୍ଦାପନା କରିଥିଲେ । ଦୀର୍ଘ ୪୦ ବର୍ଷ ପରେ ଗୁରୁ ଓ ଛାତ୍ର ମାନଙ୍କର ସାକ୍ଷାତ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ପରସ୍ପରକୁ ଦେଖି ଭାବ ବିହ୍ୱଳ ହୋଇପଡିଥିଲେ । ଗୁରୁ , ମନରେ ମସ୍ତିଷ୍କରେ ଓ ଚେତନାରେ ବିସ୍ଫୋରଣ ସ୍‌ୃଷ୍ଟି କରିଥାନ୍ତି । ଗୁରୁ ହିଁ ମାନବ ସମାଜର କର୍ଣ୍ଣଧାର ଅଟନ୍ତି ବୋଲି ଉପସ୍ଥିତ ଶିକ୍ଷକ ମାନେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କର ଗୁରୁପୂଜନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁଙ୍କୁ ସମ୍ମାନ ଜଣାଇ ଶୁଭମହୁରୀ ବାଦ୍ୟ ବାଦନ କରାଯାଇ ଗୁରୁଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ୟାମସୁନ୍ଦର ହାଇସ୍କୁଲ ଏବଂ ଶ୍ୟାମସୁନ୍ଦର ବିଦ୍ୟାପୀଠର ଦିବଙ୍ଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ପୁରାତନ ଛାତ୍ରୀ ନିର୍ମଳା ପଣ୍ଡା ଗୁରୁଙ୍କୁ ସମ୍ମାନ ଜଣାଇ ଏକ ସ୍ୱରଚିତ କବିତା ପାଠ କରିଥିଲେ । ବ୍ରଜକିଶୋର ମହାନ୍ତି, ପ୍ରଭାତ କୁମାର ପଣ୍ଡା, ହୃଷିକେଶ ସାହୁ, ଦୟାନିଧି ଦାଶ, ସୁଦର୍ଶନ ପଣ୍ଡା, ନିରୂପମା ପଣ୍ଡା, ଶାନ୍ତିଲତା ପଣ୍ଡା, ପଦ୍ମିନୀ ସ୍ୱାଇଁ, ବିଳାସିନୀ ସାହୁ, କସ୍ତୁରୀ ମିଶ୍ର, ଅନନ୍ତ ମହାରଣା, ରବିନ୍ଦ୍ର ନାଏକ, କାର୍ତ୍ତକ ଚନ୍ଦ୍ର ସାହୁ, ନରେନ୍ଦ୍ର ଜେନା, ନରେନ୍ଦ୍ର ସିଂ, ଆନନ୍ଦ ବିଶ୍ୱାଳ, ମହେଶ୍ୱର ବିଶ୍ୱାଳ, ଅଜୟ ବିଶ୍ୱାଳଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୁରାତନ ଛାତ୍ର ନିତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande