ନୂଆଦିଲ୍ଲୀ, 5 ସେପ୍ଟେମ୍ବର (ହି.ସ.)
- ଗୁରୁ ଦିବସରେ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ.ସର୍ବପଲ୍ଲୀ
ରାଧାକ୍ରିଷ୍ଣନଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିଦ, ଆଦର୍ଶ ଶିକ୍ଷକ, ପୂର୍ବତନ
ରାଷ୍ଟ୍ରପତି, ଭାରତ ରତ୍ନ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ କୋଟି କୋଟି
ପ୍ରଣାମ କରୁଛି ।
ଜୁଏଲ ଓରାମ କହିଛନ୍ତି ଯେ, ନିଜ ଜ୍ଞାନର ପ୍ରକାଶରେ ଶିଷ୍ୟର ଅଜ୍ଞାନତାର ଅନ୍ଧକାରକୁ ହରଣ
କରି ସାର୍ଥକ ଉଦ୍ଦେଶ୍ୟ ପ୍ରଦାନ କରିଥିବା ସମସ୍ତ ଗୁରୁଜନଙ୍କ ଚରଣରେ ଶିକ୍ଷକ ଦିବସରେ ପ୍ରଣାମ
କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା