ଦୁର୍ଗା ପୂଜା ପୂର୍ବରୁ ମରାମତି ହେବ ସହରାଂଚଳର ସମସ୍ତ ରାସ୍ତା
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଦୁର୍ଗା ପୂଜା ପୂର୍ବରୁ ସହରାଞ୍ଚଳର ସମସ୍ତ ଖାଲ, ଖମା ରାସ୍ତା ସଜଡ଼ା ଯିବ ସେ ନେଇ ବିଭାଗ ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନିର୍ଦେଶ ରହିଛି। ପିଡବ୍ଲୁଡି, ଆରଡି ଏବଂ ଆମ ବିଭାଗ ସେଥିରେ ସକ୍ରିୟ ଭାବେ ସଜାଗ ଅଛି
ଦୁର୍ଗା ପୂଜା ପୂର୍ବରୁ     ମରାମତି ହେବ ସହରାଂଚଳର ସମସ୍ତ ରାସ୍ତା


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଦୁର୍ଗା ପୂଜା

ପୂର୍ବରୁ ସହରାଞ୍ଚଳର ସମସ୍ତ ଖାଲ, ଖମା

ରାସ୍ତା ସଜଡ଼ା ଯିବ ସେ ନେଇ ବିଭାଗ ପ୍ରସ୍ତୁତ ଅଛି। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନିର୍ଦେଶ

ରହିଛି। ପିଡବ୍ଲୁଡି, ଆରଡି ଏବଂ ଆମ ବିଭାଗ ସେଥିରେ ସକ୍ରିୟ ଭାବେ ସଜାଗ ଅଛି ବୋଲି ନଗର

ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ନିଷ୍ପତି ସରିଛି, ମୁଖ୍ୟମନ୍ତ୍ରୀ ମଧ୍ୟ ମୁକୁଳା ଡ୍ରେନ ତୁରନ୍ତ କାମ କରିବାକୁ ଗୁରୁତ୍ୱ ସହ କହିଛନ୍ତି।

ସେ ଉପରେ କାମ ଚାଲିଛି। ପୁଅର୍ବରୁ ବିଭାଗରେ ସମନ୍ୱୟ ନଥିଲା। ଏବେ ସମସ୍ତ ବିଭାଗ ସହ ଆମେ

ସମନ୍ୱୟ ରଖି ଲୋକଙ୍କ ସେବା ପାଇଁ ଆମେ କାମ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande