ଧର୍ମଶାଳା,୫ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ବିଧାନ ପ୍ରଣେତା ଡ.ବିଆର ଆମ୍ବେଦକରଙ୍କ ପୂତିମୂର୍ତିକୁ କେହି ଦୁବୃତ ହାତ ଓ ସମ୍ବିଧାନ ପୁସ୍ତିକାକୁ ଭାଙ୍ଗି ନିକଟସ୍ଥ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ମହଲରୁ ଦୃଢ ନିନ୍ଦା କରାଯାୁଛି । ଏପରିକି ଧର୍ମଶାଳା ଥାନାରେ ଧର୍ମଶାଳା ବିଡିଓ ଓ ଦଳିତ ନେତା ଅଭିଯୋଗ କରିଥିଲେ । ତେବେ ଆଜି ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ । ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତାରେ ଏହା ଏକ ନନ୍ଦନୀୟ ଘଟଣା । ଧର୍ମଶାଳାବାସୀଙ୍କ ମଧ୍ୟରେ ଗଭୀର ଆଘାତ ଦେଇଛି । ଏହାକୁ ଦୃଢ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ଦୁବୃତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି । ଧର୍ମଶାଳା ଅଂଚଳର ଅନୂସୁଚିତ ଜାତି ଓ ଜନ ଜାତିର ଭାଇମାନଙ୍କ ପ୍ରଚେଷ୍ଠାରେ ସରକାରଙ୍କ ବିନା ସହଯୋଗରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ଥିବା ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତି ସ୍ଥାପନ କରିଥିଲେ । ଧର୍ମଶାଳା କଥା କାହାକୁ ଅଛପା ନାହିଁ । ଧର୍ମଶାଳାବାସୀ ଅସୁରକ୍ଷିତ ଅଛନ୍ତି,ଧର୍ମଶାଳା ଥାନାରେ ପୋଲିସ ସୁରକ୍ଷିତ ନାହାନ୍ତି,ସରକାରୀ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଭିତରେ ଏହି ପ୍ରତିମୁର୍ତି ଭଙ୍ଗା ଘଟଣାରେ ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ବଳବନ୍ତରାୟ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ