ପୁରୀ, ୫ ସେପ୍ଟେମ୍ବର (ହି.ସ.)- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଆସନ୍ତାକାଲି ଶନିବାର (ସେପ୍ଟେମ୍ବର ୬) ସନ୍ଧ୍ଯା ୬ଟା ୩0 ମିନିଟ୍ ସମୟରେ ଭୁବନେଶ୍ବର ରାଜ୍ୟ ଅତିଥି ଭବନ ଆନେକ୍ସି ଷ୍ଟେଟ ଗେଷ୍ଟ ହାଉସ ଠାରେ ଇସ୍କନ ସଂସ୍ଥା ଦ୍ବାରା ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ ପାଇଁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି| ପୁରୀ, ଭୁବନେଶ୍ବର ପ୍ରତିନିଧିମାନେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି l ଇସ୍କନ୍ ସଂସ୍ଥା ଦ୍ବାରା, ମହାପ୍ରଭୁଙ୍କ ଅଦିନିଆ ପର୍ବ ପର୍ବାଣୀ ପାଳନ ବିରୋଧରେ, ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ବିଦ୍ବାନ୍ ମାନଂକ ଦ୍ବାରା ପ୍ରସ୍ତୁତ ପୁରାଣ/ଶାସ୍ତ୍ରଗତ ସନ୍ଦର୍ଭ ପ୍ରକାଶ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ମାନେ ମଧ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି | ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
ହିନ୍ଦୁସ୍ଥାନ ସମାଚାର / ବିଜୟ