ସ୍ୱଷ୍ଟ ଦିବା ଲୋକରେ ଜାରକାରେ ଗୁଣ୍ଡାରାଜ : ଠିକାଦାରଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା : ପୋଲିସ ପ୍ରତି ଭରସା ତୁଟୁଛି
ଧର୍ମଶାଳା,୫ସେପ୍ଟେମ୍ବର(ହି.ସ.) - ଦିନକୁ ଦିନ ଅଶାନ୍ତ ହେଉଛି ଯାଜପୁର ଜିଲାର ଧର୍ମଶାଳା ଥାନା ଅଂଚଳ । ଅଭିଯୋଗ ଓ ବାରମ୍ବାର ଦାବି ପରେ ମଧ୍ୟ ଜିଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ବଳିଷ୍ଠ ପ୍ରମାଣ ଥାଇ ମଧ୍ୟ ପୋଲିସ ଅଭିଯୁକ୍ତ ନିକଟରେ ପଂହଚି ପାରୁ ନାହିଁ । ଏମାନଙ୍କୁ ସୁରକ୍ଷା ଦେଉଛି କିଏ ? କା
ସ୍ୱଷ୍ଟ ଦିବା ଲୋକରେ ଜାରକାରେ ଗୁଣ୍ଡାରାଜ : ଠିକାଦାରଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା : ପୋଲିସ ପ୍ରତି ଭରସା ତୁଟୁଛି


ଧର୍ମଶାଳା,୫ସେପ୍ଟେମ୍ବର(ହି.ସ.) - ଦିନକୁ ଦିନ ଅଶାନ୍ତ ହେଉଛି ଯାଜପୁର ଜିଲାର ଧର୍ମଶାଳା ଥାନା ଅଂଚଳ । ଅଭିଯୋଗ ଓ ବାରମ୍ବାର ଦାବି ପରେ ମଧ୍ୟ ଜିଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ବଳିଷ୍ଠ ପ୍ରମାଣ ଥାଇ ମଧ୍ୟ ପୋଲିସ ଅଭିଯୁକ୍ତ ନିକଟରେ ପଂହଚି ପାରୁ ନାହିଁ । ଏମାନଙ୍କୁ ସୁରକ୍ଷା ଦେଉଛି କିଏ ? କାହା ଛତ୍ରଛାୟା ତଳେ ଏଭଳି କାର୍ଯ୍ୟ ବାରମ୍ବାର ଚାଲିଛି । ଯାହାକି ଧର୍ମଶାଳା ଅଂଚଳବାସୀ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ ହେଉଛି । ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାସ୍ଥିତ ଶିଳ୍ପାଚଂଳରେ ଗୁଣ୍ଡାରାଜ ଭଳି ଘଟଣା ଦେଖିବାକୁ ମିଳିଛି । । ଜଣେ ଠିକାଦାରଙ୍କ କାର୍ଯ୍ୟାଳ୍ରୟରେ ଦୁବୃତମାନେ ବ୍ୟାପକ ଭଙ୍ଗା ରୁଜା କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ଧର୍ମଶାଳାର ଜଣେ ଯୁବ ଠିକାଦାର ତଥା ବିଜୁ ଜନତା ଦଳର ସଂଗଠକ ଅକ୍ଷୟ ନାୟକଙ୍କ କାର୍ଯ୍ୟାଳୟରେ କିଛି ଅସାମାଜିକ ଯୁବକ ପଶି କର୍ମଚାରୀଙ୍କୁ ମାଡ ମାରିବା ସହ କମ୍ପ୍ୟୁଟର ,ସିସି କ୍ୟାମେରା ଭାଙ୍ଗିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚିରି ଫିଙ୍ଗି ଦେଇଥିବା ବେଳେ କାର୍ଯ୍ୟାଳୟ ପରିସରରେ ଥିବା ୫ରୁ ଉର୍ଦ୍ଧ ଗାଡିକୁ ଭାଙ୍ଗି ଦେଇଥିବା ଜଣାପଡିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍ୱଷ୍ଟ ଦିବାଲୋକରେ ଏଭଳି ଘଟଣାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ଅତୀତରେ ଧର୍ମଶାଳାରେ ଅନେକ ଘଟଣା ଘଟିବା ସହ ବଳିଷ୍ଟ ପ୍ରମାଣ ଥାଇ ମଧ୍ୟ ପୋଲିସ ସେମାନଙ୍କ ନିକଟରେ ପଂହଚି ପାରୁ ନାହିଁ । ଯାହାକି ଧର୍ମଶାଳା ଥାନା ଓ ଜିଲା ପ୍ରଶାସନ ପ୍ରତି ସ୍ଥାନୀୟ ଅଂଚଳବାସୀଙ୍କ ଭରସା ତୁଟି ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande