ନୂଆଦିଲ୍ଲୀ, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ବିଜ୍ଞାନ ଏବଂ ପ୍ରାଦ୍ୟୋଗିକୀ ଏବଂ ପୃଥ୍ୱୀ ବିଜ୍ଞାନ ରାଜ୍ୟମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ୧୬ ଅଗଷ୍ଟକୁ ଚିନ୍ର ଜିନିଂଗରେ ଆୟୋଜିତ ୧୮ତମ ଅନ୍ତରାଷ୍ଟ୍ରୀୟ ପୃଥ୍ୱୀ ବିଜ୍ଞାନ ଅଲମ୍ପିୟାଡ଼(ଆଇଇଇଏସ୍ଓ-୨୦୨୫)ରେ ଭାରତୀୟ ଟିମ୍ର ବିଜେତା ଛାତ୍ରଙ୍କୁ ସମ୍ମାନୀତ କରାଯାଇଛି। ଟିମ୍ ଇଣ୍ଡିଆ ଶାନଦାର ପ୍ରଦର୍ଶନ କରି ୧ ସ୍ୱର୍ଣ୍ଣ, ୪ ରଜତ ଏବଂ ୨ କାଂସ୍ୟ ସହିତ ମୋଟ ୭ ପଦକ ହାସିଲ କରିଛି। ଏହାବ୍ୟତୀତ ଅନ୍ତରାଷ୍ଟ୍ରୀୟ ଭୂବିଜ୍ଞାନ ଯୁବ ଆନ୍ଦୋଳନ(ଆଇ-ଜିୱାଇଏମ୍) ରିପୋର୍ଟର ଶ୍ରେଣୀରେ ମଧ୍ୟ ତୃତୀୟ ପୁରସ୍କାର ମିଳିଛି।
ବିଜେତା ଛାତ୍ରଙ୍କ ମଧ୍ୟରେ ଲୁଧିୟାନାର ରୟାଂଶ ଗୁପ୍ତାଙ୍କୁ ସ୍ୱର୍ଣ୍ଣ, ରଜତ ଏବଂ ଆଇ-ଜିୱାଇଏମ୍ ତୃତୀୟ ପୁରସ୍କାର ମିଳିଛି। କପୁରଥଳାର ଚାରୁବ୍ରତ ବୈଂସକୁ ୨ ରଜତ ଏବଂ ୧ କାଂସ୍ୟ, ଜୟପୁରର ଅପମ ନିଧି ପାଣ୍ଡେଙ୍କୁ ୧ ରଜତ ଏବଂ ଦିଲ୍ଲୀର ପ୍ରିୟାଂଶୀ ଘନଶାସଙ୍କୁ ୧ କାଂସ୍ୟ ପ୍ରାପ୍ତ ହୋଇଛି। ଛାତ୍ରଙ୍କୁ ପ୍ରୋଫେସର ଦେବେଶ ବାଲିୟା ଏବଂ ପ୍ରଫେସର ହେମା ଅଚ୍ୟୁତନ ମାର୍ଗଦର୍ଶନ ଦେଇଥିଲେ ତଥା ଡା. ଜଗବୀର ସିଂହ ପର୍ଯ୍ୟବେକ୍ଷକ ରୂପେ ଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି