ନୂଆଦିଲ୍ଲୀ, ୦୭ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ଉପଭୋକ୍ତା ବ୍ୟାପାର,ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ, ପ୍ରହଲ୍ଲାଦ ଯୋଶୀ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ ଏକ ସମାରୋହରେ ଗାଜିଆବାଦରେ ନବନିର୍ମିତ ଅତ୍ୟାଧୁନିକ ଜାତୀୟ ପରୀକ୍ଷଣ ଗୃହ (ଏନଟିଏଚ) ଉଦ୍ଘାଟନ କରିବେ । ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରଣାଳୟ ଅନୁଯାୟୀ ୧୯୭୭ ମସିହାରେ ପ୍ରତିଷ୍ଠିତ ଏହି ପରୀକ୍ଷାଗାର ବିଭିନ୍ନ ଇଂଜିନିୟରିଂ କ୍ଷେତ୍ରରେ ଉଚ୍ଚମାନର ପରୀକ୍ଷଣ କରିଛି । ବର୍ତମାନ ଆଧୁନିକୀକରଣ ହୋଇ ଏହା ପ୍ୟାକେଜ ହୋଇଥିବା ପାନୀୟ ଜଳ ଏବଂ ପ୍ରାକୃତିକ ଖଣିଜ ଜଳ, ପ୍ୟାକେଜ ହୋଇଥିବା ଖାଦ୍ୟ ସାମଗ୍ରୀ, ଆଲୁମିନିୟମ ଏବଂ ତମ୍ବାରେ ତିଆରି ଏନାମେଲଡ଼ ଏବଂ ଇନସୁଲଟେଡ଼ ତାର, କୋଇଲା, ପେଟ୍ରୋଲିୟମ କୋକ୍, ବିଟୁମେନ୍, ଏନାମେଲ ପେଂଟ, ଆଂଟି ସ୍କିଡ଼ ଉତ୍ପାଦ, ବାଲି ଏବଂ ପଥର ଏବଂ ଧଳା ଏବଂ ରଂଗୀନ ଚକ୍ ଭଳି ଫିଲଟରସେନ ମାଧ୍ୟମଗୁଡ଼ିକର ପରୀକ୍ଷା କରାଯିବ । ଏହି ରାସାୟନିକ ପରୀକ୍ଷାଗାର ନିର୍ମାଣ ସାମଗ୍ରୀ, ସିମେଂଟ, ପାଣି, ଧାତୁ, ମିଶ୍ରଧାତୁ, କାଗଜ, ପ୍ଲାଷ୍ଟିକ, ଜୈବିକ ଉତ୍ପାଦ ଏବଂ ସାର ସମେତ ବିଭିନ୍ନ ପ୍ରକାରର ସାମଗ୍ରୀ ପରୀକ୍ଷଣରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ