ହରିଦ୍ୱାର, ୦୭ ସେପ୍ଟେମ୍ବର(ହି.ସ.) – ଚନ୍ଦ୍ରଗ୍ରହଣ ପୂର୍ବ ସୁତକ ଅବସରରେ ହରିଦ୍ୱାରରେ ହର କି ପୈଡ଼ିରେ ସନ୍ଧ୍ୟାକାଳୀନ ମା’ ଗଙ୍ଗା ଆଳତୀ ରବିବାର ଦିନ ଦ୍ୱିପହରରେ ସମ୍ପୂର୍ଣ୍ଣ ହୋଇଛି। ସାଧାରଣତଃ ଗ୍ରୀଷ୍ମକାଳୀନ ଗଙ୍ଗା ମା’ଙ୍କ ଆଳତୀ ସନ୍ଧ୍ୟାକୁ ୬.୩୦ରେ ଆରମ୍ଭ ହୁଏ, କିନ୍ତୁ ଆଜି ଏହି ଆଳତୀ ଦ୍ୱିପହର ୧୨.୩୦ରେ କରାଯାଇଛି। ଚନ୍ଦ୍ରଗ୍ରହଣ କାରଣରୁ ଆଳତୀ ସମୟ ପୂର୍ବରୁ କରାଯାଇଛି।
ଗଙ୍ଗା ସଭାର ମହାମନ୍ତ୍ରୀ ତନ୍ମୟ ବଶିଷ୍ଠ କହିଛନ୍ତି ଯେ ବିଶେଷ ଖଗୋଳୀୟ ସ୍ଥିତି କାରଣରୁ ଏହି ନିଷ୍ପତି ନିଆଯାଇଛି। ସେ କହିଛନ୍ତି ଯେ ରବିବାର ରାତି ୯.୫୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ, ଯାହା ରାତି ୧.୨୭ ପର୍ଯ୍ୟନ୍ତ ଚାଲିବ। ଏହି କାରଣ ସୂତକ କାଳ ଆରମ୍ଭ ହେବାରୁ ପ୍ରଥମେ ମା’ ଗଙ୍ଗାଙ୍କ ସନ୍ଧ୍ୟା ଆଳତୀ ସମ୍ପନ୍ନ କରିଦିଆ ଯାଇଛି ଏବଂ ମନ୍ଦିର କବାଟ ବନ୍ଦ କରି ଦିଆଯାଇଛି। ସେ କହିଛନ୍ତି ଯେ ଯେପରି ଚନ୍ଦ୍ରଗ୍ରହଣ ସମାପ୍ତ ହେବ, ସେତେବେଳେ ଗଙ୍ଗାଜଳରେ ମନ୍ଦିରକୁ ସମ୍ପୂର୍ଣ୍ଣ ଧୋଇ କବାଟ ପୁଣିଥରେ ଖୋଲିଦିଆଯିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି