କାଠମାଣ୍ଡୁରେ ଆରମ୍ଭ ହେଲା ନେପାଳ-ଚୀନ୍ ସେନାର ମିଳିତ ଅଭ୍ୟାସ 'ସାଗରମାଥା ମୈତ୍ରୀ'
କାଠମାଣ୍ଡୁ, ୦୭ ସେପ୍ଟେମ୍ବର (ହି.ସ.)- ଚୀନ୍ ଏବଂ ନେପାଳ ସେନା ମଧ୍ୟରେ ଅଭ୍ୟାସ ''ସାଗରମାଥା ମୈତ୍ରୀ'' ପଞ୍ଚମ ସଂସ୍କରଣରବିବାର କାଠମାଣ୍ଡୁରେ ଆରମ୍ଭ ହୋଇଛି। ଦଶ ଦିନିଆ ଏହି ଅଭ୍ୟାସ ଆତଙ୍କବାଦ ବିରୋଧୀ ଅଭିଯାନ, ଯୁଦ୍ଧ ତାଲିମ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ଧ୍ୟାନ ଦେବ।ଚ
କାଠମାଣ୍ଡୁରେ ଆରମ୍ଭ ହେଲା ନେପାଳ-ଚୀନ୍ ସେନାର ମିଳିତ ଅଭ୍ୟାସ 'ସାଗରମାଥା ମୈତ୍ରୀ'


କାଠମାଣ୍ଡୁ, ୦୭ ସେପ୍ଟେମ୍ବର (ହି.ସ.)- ଚୀନ୍ ଏବଂ ନେପାଳ ସେନା ମଧ୍ୟରେ ଅଭ୍ୟାସ 'ସାଗରମାଥା ମୈତ୍ରୀ' ପଞ୍ଚମ ସଂସ୍କରଣରବିବାର

କାଠମାଣ୍ଡୁରେ ଆରମ୍ଭ ହୋଇଛି। ଦଶ ଦିନିଆ ଏହି ଅଭ୍ୟାସ ଆତଙ୍କବାଦ ବିରୋଧୀ ଅଭିଯାନ, ଯୁଦ୍ଧ ତାଲିମ ଏବଂ

ବିପର୍ଯ୍ୟୟ ପରିଚାଳନା ଉପରେ ଧ୍ୟାନ ଦେବ।ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ୩୭ ଜଣିଆ

ସାମରିକ ଦଳ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବା ପାଇଁ ୫ ସେପ୍ଟେମ୍ବରରେ ଲାସାରୁ ଏଠାରେ

ପହଞ୍ଚିଥିଲେ। ଚଳିତ ବର୍ଷର ଅଭ୍ୟାସ ଗତ ବର୍ଷ ଚୀନ୍‌ରେ ସିଚୁଆନ୍ ପ୍ରଦେଶର ଚୋଙ୍ଗକିଙ୍ଗ୍‌ରେ

ଅନୁଷ୍ଠିତ ଅଭ୍ୟାସର ଏକ ଧାରାବାହିକ।ନେପାଳ ସେନା

ଅନୁଯାୟୀ, ଦୁଇ ଦେଶ ମଧ୍ୟରେ

ସାମରିକ ଅଭ୍ୟାସର ଏହି ଶୃଙ୍ଖଳା ୨୦୧୭ରେ କାଠମାଣ୍ଡୁରେ ଆରମ୍ଭ ହୋଇଥିଲା, ଯାହା ପରେ ଏହି

ଅଭ୍ୟାସ ଚୀନ୍‌ ଏବଂ ନେପାଳରେ ପାଳାୟତ ଭାବରେ ଚାଲିଛି।ତଥାପି୨୦୨୩ରେ ମସିହାରେ କରୋନା ମହାମାରୀ ଯୋଗୁଁ ଏହି ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହୋଇପାରିଲା

ନାହିଁ। 'ସାଗରମାଥା ମୈତ୍ରୀ' ସାମରିକ ଅଭ୍ୟାସ ଏକ

ନିୟମିତ କ୍ଷମତା ନିର୍ମାଣ ଏବଂ ଅଭିଜ୍ଞତା ବଣ୍ଟନ ଅଭ୍ୟାସ ଏବଂ ଏହା କୌଣସି ନିର୍ଦ୍ଦିଷ୍ଟ ଦେଶ

ବିରୁଦ୍ଧରେ ନୁହେଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande