ଅଯୋଧ୍ୟା, 7 ସେପ୍ଟେମ୍ବର (ହି.ସ.)- ଉତ୍ତର ପ୍ରଦେଶର
ରାମନଗରୀ ଅଯୋଧ୍ୟାରେ ଚନ୍ଦ୍ରଗ୍ରହଣ ପାଇଁ, ପ୍ରଭୁ ଶ୍ରୀରାମ ଜନ୍ମଭୂମି
ମନ୍ଦିର, ହନୁମାନଗଢ଼ୀ ସହିତ ସମସ୍ତ ମଠ ଓ ମନ୍ଦିରର ଦ୍ୱାର ରବିବାର ଦ୍ୱିପ୍ରହର
ଆରତି ପରେ ବନ୍ଦ କରାଯାଇଛି।
ଚନ୍ଦ୍ରଗ୍ରହଣ ପରେ, ସୋମବାର ସକାଳେ ପୁନଃ ମନ୍ଦିର ଖୋଲାଯିବ ଓ ଆରତି ଓ ପୂଜା ପରେ ଭକ୍ତମାନେ ଦର୍ଶନ
କରିପାରିବେ। ଏହି ସୂଚନା ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି। ଆଜି ରବିବାର, ଏହି ବର୍ଷର ଶେଷ ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣ ଭାରତ ସମେତ
ବିଶ୍ୱର ଅନେକ ଦେଶରୁ ଦେଖିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା