ଡିଜନୀ ୱାର୍ଲ୍ଡ ଓ ଜୁରାସିକ୍ ପାର୍କକୁ ମାତ୍ ଦେବ ଖୁର୍ଜାର ସିରେମିକ୍ ୱେଷ୍ଟରୁ ତିନିଆରି ଅନୋଖି ଦୁନିଆ ପାର୍କ
ଲକ୍ଷ୍ନୌ, 7 ସେପ୍ଟେମ୍ବର (ହି.ସ.)- ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କର ଲୋକାଲ ଫର ଭୋକାଲ ନୀତିରୁ ପ୍ରେରିତ ହୋଇ ବୁଲନ୍ଦସହରରେ ଏକ ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଅନୋଖି ଦୁନିଆ ନାମରେ ଗୋଟିଏ ପାର୍କ ତିଆରି କରାଯାଇଛି, ଯାହା ସିରାମିକ ୱେଷ୍ଟରୁ ତିଆରି ହୋଇଛି। ଏହା
ଡିଜନୀ ୱାର୍ଲ୍ଡ ଓ ଜୁରାସିକ୍     ପାର୍କକୁ ମାତ୍ ଦେବ ଖୁର୍ଜାର ସିରେମିକ୍ ୱେଷ୍ଟରୁ ତିନିଆରି ଅନୋଖି ଦୁନିଆ ପାର୍କ


ଲକ୍ଷ୍ନୌ, 7 ସେପ୍ଟେମ୍ବର (ହି.ସ.)- ଉତ୍ତର ପ୍ରଦେଶର

ଯୋଗୀ ସରକାରଙ୍କର ଲୋକାଲ ଫର ଭୋକାଲ ନୀତିରୁ ପ୍ରେରିତ ହୋଇ ବୁଲନ୍ଦସହରରେ ଏକ

ନିଆରା ପଦକ୍ଷେପ ନିଆଯାଇଛି। ଏଠାରେ ଅନୋଖି ଦୁନିଆ ନାମରେ ଗୋଟିଏ ପାର୍କ ତିଆରି

କରାଯାଇଛି, ଯାହା ସିରାମିକ ୱେଷ୍ଟରୁ ତିଆରି ହୋଇଛି। ଏହା ଦୁନିଆର ପ୍ରଥମ

ସିରାମିକ ୱେଷ୍ଟ ପାର୍କ ଅଟେ, ଯାହାର ଡିଜ୍ନି ୱାର୍ଲ୍ଡ ଓ

ଜୁରାସିକ ପାର୍କ ସହିତ ମୁକାବିଲା କରିପାରିବା ଦକ୍ଷତା ରହିଛି। ଏହି ପାର୍କ ଚଳିତ ମାସ ଶେଷ

ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଖୋଲିଦିଆଯିବା ଆଶା ରହିଛି। ପିପିପି ମୋଡରେ ତିଆରି ହୋଇଥିବା ଏହି

ପାର୍କରେ ପିଲାମାନଙ୍କ ପାଇଁ ଗେମିଂ ଜୋନ୍ ମଧ୍ୟ ରହିଛି।

ବୁଲନ୍ଦସହର-ଖୁର୍ଜା ବିକାଶ

ପ୍ରାଧିକରଣର ଭିସିଡ଼. ଅଙ୍କୁର ଲାଠର କହିଛନ୍ତି

ଯେ ଖୁର୍ଜା ସହରକୁ “ସିରାମିକର ରାଜଧାନୀ” ବୋଲି କୁହାଯାଏ।

ଏଠାରେ ତିଆରି ହେଉଥିବା ବିଶ୍ୱସ୍ତରୀୟ ଡିଜାଇନ, ଆକାର ଓ ଶୈଳୀର ବାସନ

ଓ ଉତ୍ପାଦନ ବିଦେଶ ଓ ଦେଶରେ ନିଜେ ଭିନ୍ନ ପରିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ

ଆଦିତ୍ୟନାଥଙ୍କ ଦୃଷ୍ଟିକୋଣ ଅନୁଯାୟୀ ଖୁର୍ଜାର ପାରମ୍ପରିକ ଐତିହ୍ୟକୁ ବିଶ୍ୱମଞ୍ଚରେ ସ୍ୱତନ୍ତ୍ର

ପରିଚୟ ଦେବା ପାଇଁ ଅନୋଖି ଦୁନିଆ ନାମକ ସିରାମିକ ପାର୍କ ତିଆରି କରାଯାଇଛି। ଏହି

ପାର୍କ କେବଳ ଖୁର୍ଜାର କଳା ଓ କାରିଗରୀକୁ ଦେଖାଉନାହିଁ, ବରଂ ଏହା ସହରକୁ ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଏକ ନୂଆ ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ

ଭୂମିକା ନିର୍ବାହ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande