ଯୋଧପୁରରେ ସଂଘର ସମନ୍ୱୟ ବୈଠକରେ ଏକତା ଓ ସମାଜ ନିର୍ମାଣ ଉପରେ ଫୋକସ
ଯୋଧପୁର, 7 ସେପ୍ଟେମ୍ବର (ହି.ସ.)- ଯୋଧପୁରରେ ରାଷ୍ଟ୍ରୀୟ ସ୍ୱଯଂସେବକ ସଂଘର ତିନି ଦିନିଆ ଅଖିଲ ଭାରତୀୟ ସମନ୍ୱୟ ବୈଠକର ଆଜି ଶେଷ ଦିନ ଅଟେ। ବିଭିନ୍ନ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଓ ସଂଗଠନ ମନ୍ତ୍ରୀମାନଙ୍କର ଉପସ୍ଥିତିରେ ହୋଇଥିବା ଏହି ବୈଠକର ସମାପନ ସରସଂଘଚାଳକ
ଯୋଧପୁରରେ ସଂଘର ସମନ୍ୱୟ     ବୈଠକରେ ଏକତା ଓ ସମାଜ ନିର୍ମାଣ ଉପରେ ଫୋକସ


ଯୋଧପୁର, 7 ସେପ୍ଟେମ୍ବର (ହି.ସ.)- ଯୋଧପୁରରେ ରାଷ୍ଟ୍ରୀୟ

ସ୍ୱଯଂସେବକ ସଂଘର ତିନି ଦିନିଆ ଅଖିଲ ଭାରତୀୟ ସମନ୍ୱୟ ବୈଠକର ଆଜି ଶେଷ ଦିନ ଅଟେ। ବିଭିନ୍ନ

ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଓ ସଂଗଠନ ମନ୍ତ୍ରୀମାନଙ୍କର ଉପସ୍ଥିତିରେ ହୋଇଥିବା ଏହି

ବୈଠକର ସମାପନ ସରସଂଘଚାଳକ ମୋହନ ଭାଗବତଙ୍କ ଉଦ୍‌ବୋଧନରେ ହେବ।

ବୈଠକରେ ପଂଜାବରେ

ଧର୍ମାନ୍ତରଣ ଓ ନିଶା ସମସ୍ୟା ଉପରେ ଗୁରୁତର ଚିନ୍ତା ବ୍ୟକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ବେଆଇନ

ଅନୁପ୍ରବେଶ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗମ୍ଭୀର ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଇଛି।

ମଣିପୁରରେ ଶାନ୍ତି ପ୍ରୟାସ ଓ ଜନଜାତିୟ ଅଞ୍ଚଳରେ ନକ୍ସଲ ପ୍ରଭାବ କମିଥିବାକୁ ଏକ ସକାରାତ୍ମକ

ସଂକେତ ବୋଲି ଦେଖାଯାଇଛି।

ସେଥିପାଇଁ, ସଂଘର ଶତାବ୍ଦୀ ବର୍ଷ ସହିତ ସଂପୃକ୍ତ କାର୍ଯ୍ୟକ୍ରମ ଓ ସମାଜ ପରିବର୍ତ୍ତନ ସହିତ ଜଡିତ

ପଞ୍ଚ ପରିବର୍ତ୍ତନ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଛି।

ସଂଘର ଅଖିଲ ଭାରତୀୟ ପ୍ରଚାର

ପ୍ରମୁଖ ସୁନୀଲ ଆମ୍ବେକର ଆଜି ସାମ୍ବାଦିକମାନଙ୍କୁ ଏହି ବୈଠକ ବିଷୟରେ ଜଣାଇଛନ୍ତି । ସେ

କହିଛନ୍ତି ଯେ, ସଂଘ ଓ ଏହା ସହିତ ସଂପୃକ୍ତ ସଂଗଠନମାନେ ସମାଜରେ ଏକତା ଓ ସହଯୋଗର

ଭାବନାକୁ ଶକ୍ତିଶାଳୀ କରିବା ପାଇଁ ଲାଗାତାର ପ୍ରୟାସ କରୁଛନ୍ତି।

ମହିଳା ସହଭାଗିତା, ଶିକ୍ଷାର ଭାରତୀୟକରଣ, ସାମାଜିକ ଚ୍ୟାଲେଞ୍ଜ ଓ ରାଷ୍ଟ୍ରୀୟ ସୁରକ୍ଷା ସହିତ

ସଂପୃକ୍ତ ମୁଖ୍ୟ ବିଷୟଗୁଡ଼ିକ ବୈଠକର ମୁଖ୍ୟ ଚର୍ଚ୍ଚା କେନ୍ଦ୍ର ରହିଛି।

ମହିଳା ସମନ୍ୱୟ ବିଷୟରେ

ସୁନୀଲ ଆମ୍ବେକର କହିଛନ୍ତି ଯେ, ବିଭିନ୍ନ ସଂଗଠନମାନେ

ମହିଳାମାନଙ୍କୁ ନେତୃତ୍ୱ ଓ ସହଭାଗିତା ପାଇଁ ଅଧିକ ସୁଯୋଗ ଦେଉଛନ୍ତି। ଅପରେସନ୍ ସିନ୍ଦୂର

ଅଭିଯାନ ସମୟରେ ଦେଶବ୍ୟାପୀ ଭାବେ 887ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହାକୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ଆୟୋଜନ କରିଥିଲେ। ବୈଠକରେ କ୍ରୀଡା

ଭାରତୀ ମହିଳାମାନେ ସହିତ ସଂପୃକ୍ତ କ୍ରୀଡା ଜଗତର ପ୍ରସଙ୍ଗଗୁଡ଼ିକ ଉପରେ ଏକ ଅଧ୍ୟୟନ ପ୍ରସ୍ତୁତ

କରିଥିଲେ।

ଆମ୍ବେକର କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଗୋଟିଏ ସକାରାତ୍ମକ ପଦକ୍ଷେପ। ସେ କହିଛନ୍ତି

ଯେ, ଦେଶରେ ଶିକ୍ଷା ସହିତ ଜଡିତ ବିଭିନ୍ନ ସଂଗଠନମାନେ ଏହି ନୀତିକୁ ତୃଣମୂଳସ୍ତରରେ

କାର୍ଯ୍ୟାନ୍ବୟ କରିବାକୁ ସହଯୋଗ କରୁଛନ୍ତି।

ସୁନୀଲ ଆମ୍ବେକର ବିହାରରେ

ଜାରି ଥିବା ମତଦାତା ସୂଚୀ ଅଦ୍ୟତନ ସହିତ ସଂପୃକ୍ତ ଏସଆଇଆରପ୍ରକ୍ରିୟାକୁ ସମର୍ଥନ କରିଛନ୍ତି ଓ କହିଛନ୍ତି ଯେ, ଏହି ସକାରାତ୍ମକ ପଦକ୍ଷେପକୁ

ଆଗକୁ ବଢ଼ାଯିବା ଉଚିତ।

ସେ କହିଛନ୍ତି ଯେ, ନିର୍ବାଚନ ଆଯୋଗ ପୂର୍ବରୁ ମଧ୍ୟ ମତଦାତା ତାଲିକାକୁ ସମୟ ସମୟରେ ଅପଡେଟ୍ କରୁଥିଲେ, ଏହା ନିୟମ ଓ ଆଇନ ଅନୁଯାୟୀ ଏକ ସାଧାରଣ ପ୍ରକ୍ରିୟା, ଯେଉଁଥିରେ କୌଣସି

ଆପତ୍ତି ହେଲେ ତାହାକୁ ସମାଧାନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ସେ ଭାଷା ଓ ସମାଜ ସହିତ

ସଂପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ନିଜ ମତ ରଖିଥିଲେ। ସେ କହିଛନ୍ତି ଯେ, ସଂଘ ସର୍ବଦା ଭାଷା ଆଧାରରେ ହେଉଥିବା ଭେଦଭାବର ବିରୋଧ କରିଛି ଓ ଏହା ବିଶ୍ୱାସ କରେ ଯେ, ଲୋକମାନେ ଇଂରାଜୀ ପରିବର୍ତ୍ତେ ନିଜ ଅଞ୍ଚଳୀୟ ଭାଷାରେ ଶିକ୍ଷା ପାଇବାକୁ ଆଗ୍ରହ କରୁନ୍ତୁ, ଏହାକୁ ବଢ଼ାଇବା ଆବଶ୍ୟକ।

ସେ ଏହାମଧ୍ୟ କହିଛନ୍ତି ଯେ, ଭାରତୀୟ ଭାଷାରେ ବିକାଶର କାର୍ଯ୍ୟ ଏହି ସରକାରରେ ଅନେକ ଆଗକୁ ବଢ଼ିଛି, କିନ୍ତୁ ଏଥିରେ ଆଉ ଅଧିକ ପ୍ରୟାସ ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande