ଯମୁନା ଜଳସ୍ତର ଦୁଇମିଟର ହ୍ରାସ, ଏବେ ବି ବିପଦ ସଂକେତ ଉପରେ
ନୂଆଦିଲ୍ଲୀ, 7 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, ତୃତୀୟ ଦିନ ଧରି ଏର ଜଳ ସ୍ତର ହ୍ରାସ ଜାରି ଅଛି। ରବିବାର ଦ୍ୱିପ୍ରହର 1ଟା ସମୟରେ ଯମୁନାର ପାଣି ସ୍ତର 205.50 ମିଟର ରେକର୍ଡ କରାଯାଇଛି। 207.48 ମିଟରରେ ପହଞ୍
ଯମୁନା ଜଳସ୍ତର ଦୁଇମିଟର     ହ୍ରାସ, ଏବେ ବି ବିପଦ ସଂକେତ ଉପରେ


ନୂଆଦିଲ୍ଲୀ, 7 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀରେ

ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, ତୃତୀୟ ଦିନ ଧରି ଏର

ଜଳ ସ୍ତର ହ୍ରାସ ଜାରି ଅଛି। ରବିବାର ଦ୍ୱିପ୍ରହର 1ଟା ସମୟରେ ଯମୁନାର ପାଣି ସ୍ତର 205.50 ମିଟର

ରେକର୍ଡ କରାଯାଇଛି। 207.48 ମିଟରରେ ପହଞ୍ଚିଥିବା ଯମୁନାର ଜଳସ୍ତର, ତୃତୀୟ ଦିନ ଲାଗାତାର ହ୍ରାସ ହେଉଛି।

ଦିଲ୍ଲୀ ମେଟ୍ରୋ ରେଲ

କର୍ପୋରେସନରବିବାର ଏକ୍ସରେ ସୂଚନା ଦେଇଛି ଯେ, ଯମୁନା ବ୍ୟାଙ୍କ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ଯିବା ରାସ୍ତା ବର୍ତ୍ତମାନ ସୁଲଭ ହୋଇଯାଇଛି।

ତିନି ଦିନ ପୂର୍ବରୁ ପାଣି ଜମା ହୋଇଥିବାରୁ ଏହି ରାସ୍ତାକୁ ଯାତାୟାତ ପାଇଁ ବନ୍ଦ କରାଯାଇଥିଲା

। କିନ୍ତୁ ମେଟ୍ରୋ ଷ୍ଟେସନ୍ ଭିତରେ ମେଟ୍ରୋ ସେବା ସାଧାରଣ ଭାବେ ଚାଲୁଥିଲା।

ଯମୁନା ନଦୀର ପାଣି ସ୍ତର ଏବେ

ମଧ୍ୟ 205.33 ମିଟର ବିପଦ ସଂକେତ ଉପରେ, ଏହି କାରଣରୁ ନଦୀକୂଳ ଅଞ୍ଚଳଗୁଡ଼ିକ

ଜଳମଗ୍ନ ରହିଛି । ଯମୁନା ପାଖରେ ଥିବା ଲୋକମାନଙ୍କୁ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି।

ପ୍ରଶାସନ ଏହି ରିଲିଫ

ଶିବିରରେ ଥିବା ଲୋକମାନଙ୍କ ପାଇଁ ପାଣି ଓ ଖାଦ୍ୟ ଯଥେଷ୍ଟ ଭାବେ ପ୍ରଦାନ କରୁଛି। ଦିଲ୍ଲୀ ସରକାର

ମଧ୍ୟ ଏହି ଶିବିରଗୁଡ଼ିକରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ

ଜାରି କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande