ଜମ୍ମୁ ଓ କାଶ୍ମୀର କଂଗ୍ରେସ ନେତା ଦିନାନାଥ ଭଗତଙ୍କ ମୃତ୍ୟୁ
ଜମ୍ମୁ, 8ସେପ୍ଟେମ୍ବର (ହି.ସ.)- ଜମ୍ମୁ ଓ କାଶ୍ମୀର କଂଗ୍ରେସବରିଷ୍ଠ ନେତା ଦିନା ନାଥ ଭଗତଙ୍କର ସଂକ୍ଷିପ୍ତ ଅସୁସ୍ଥତା ପରେ ସୋମବାର ଭୋର ସମୟରେ ପଞ୍ଜାବର ଲୁଧିଆନାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ 79 ବର୍ଷ ବୟସରେ ଥିଲେ।ଚେନାନି ନିର୍ବାଚନମଣ୍ଡ
ଜମ୍ମୁ ଓ କାଶ୍ମୀର କଂଗ୍ରେସ ନେତା ଦିନାନାଥ ଭଗତଙ୍କ ମୃତ୍ୟୁ


ଜମ୍ମୁ, 8ସେପ୍ଟେମ୍ବର (ହି.ସ.)- ଜମ୍ମୁ ଓ କାଶ୍ମୀର କଂଗ୍ରେସବରିଷ୍ଠ ନେତା ଦିନା ନାଥ ଭଗତଙ୍କର ସଂକ୍ଷିପ୍ତ ଅସୁସ୍ଥତା ପରେ ସୋମବାର ଭୋର ସମୟରେ ପଞ୍ଜାବର

ଲୁଧିଆନାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ 79 ବର୍ଷ ବୟସରେ ଥିଲେ।ଚେନାନି ନିର୍ବାଚନମଣ୍ଡଳୀର ପୂର୍ବତନ

ବିଧାୟକଙ୍କ ପରିବାରରେ ତାଙ୍କ ପତ୍ନୀ, ତିନି ପୁଅ ଏବଂ ଦୁଇ ଝିଅଙ୍କୁ ଛାଡ଼ି ଚାଲିଯାଇଛନ୍ତି।ଭଗତଙ୍କ ଓକିଲ ପୁଅ ନରେଶ କହିଛନ୍ତି

ଯେ ତାଙ୍କ ପିତା ଗତ 10 ଦିନ ଧରି ଅସୁସ୍ଥ ଥିଲେ ଏବଂ ସେ ସକାଳ ସାଢେ

3.30 ମିନିଟରେ ଲୁଧିଆନାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ସେ କହିଛନ୍ତି ଯେ ଆରମ୍ଭରୁ ଫୁସଫୁସ ସଂକ୍ରମଣ ପାଇଁ ତାଙ୍କୁ ପ୍ରଥମେ ସରକାରୀ

ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିଲା ଏବଂ ପରେ ସେ ଉନ୍ନତ ଚିକିତ୍ସା ପାଇଁ ଲୁଧିଆନାର ଏକ

ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande